Breaking PLUSଓଡ଼ିଶାମୁଖ୍ୟ ଖବର
ମେ ମାସରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର, 6 ମାର୍ଚ୍ଚ- ମେ’ ମାସରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ। ମେ’ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ନେଇ ଆଜି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।
ମାର୍ଚ୍ଚ ୧୯ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ମେ’ମାସ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ ବାହାରିବ। ବୋର୍ଡ ସଭାପତି ଆହୁରି କହିଛନ୍ତି, ସମସ୍ତଙ୍କ ସହଯୋଗରେ ଏଥର ଭଲରେ ସରିଥିଲା ପରୀକ୍ଷା। କୌଣସି ଅସୁବିଧା ହୋଇନାହିଁ। ଏଥର ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ। ପ୍ରଶ୍ନପତ୍ର ଭାଇରାଲ ପାଇଁ ଆମେ ଯେଉଁ ୱାଟର ମାର୍କ ଓ କ୍ୟୁଆର୍ କୋଡ୍ କରିଥିଲୁ, ତାର ଫଳ ପାଇଲୁ। ଏହା ଆମକୁ ଭଲ ସାହାଯ୍ୟ କଲା। ଏଆଇ କ୍ୟାମେରା ଦ୍ୱାରା ପରୀକ୍ଷାରେ ଅନିୟମିତତା ଧରାପଡ଼ିଲା ବୋଲି ବୋର୍ଡ ସଭାପତି କହିଛନ୍ତି।