Breaking PLUSଓଡ଼ିଶାମୁଖ୍ୟ ଖବର

ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର

ଭୁବନେଶ୍ୱର- ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦେବାକୁ ସରକାରଙ୍କ ପକ୍ଷରୁ କରାଯାଉଛି ଯୋଜନା । ଏନେଇ ମଙ୍ଗଳବାର ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ‘୨୦୦ ଏମ୍‌ଏଲ୍‌ ଭିଟାମିନ୍‌ ଏ ଓ ଡି ଯୁକ୍ତ କ୍ଷୀର ଦେବାକୁ ଯୋଜନା କରାଯାଉଛି। ଗିଫ୍ଟ ମିଲ୍‌କ୍କ ମାଧ୍ୟମରେ ୨୯ଟି ସ୍କୁଲର ୧୧୮୪ ପିଲାଙ୍କୁ କ୍ଷୀର ଦିଆଯିବାର ଶୁଭାରମ୍ଭ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ରାଷ୍ଟ୍ରୀୟ ପଶୁଧନ ଗୋକୁଳ ଯୋଜନାରେ ଦୁଗ୍ଧ ଉତ୍ପାଦନ ସଶକ୍ତ କରିବାକୁ ବ୍ୟବସ୍ଥା କରାଯାଉଛି। ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ଲୋକଙ୍କ ବିକାଶ ପାଇଁ ୩ ହଜାର ଗାଈ ଦେବାକୁ ବ୍ୟବସ୍ଥା କରାଯାଉଛି। କାମଧେନୁ ଯୋଜନାରେ ୭୦ ପ୍ରତିଶତ ରିହାତିରେ ୨ଟି ଗାଈ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଗୋକୁଳ ଯୋଜନାରେ ପାଖାପାଖି ୩୮ କୋଟି ଖର୍ଚ୍ଚ ହେବ।

Show More

Related Articles

Back to top button