Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ଭାରତୀୟଙ୍କ ଉଦ୍ଧାର ପାଇଁ ମୋଦୀ ନେଲେ ବଡ ନିଷ୍ପତ୍ତି

 ୟୁକ୍ରେନ ଏବଂ ରୁଷ ମଧ୍ୟରେ ଘମାଘୋଟ୍ ଯୁଦ୍ଧ ଲାଗି ରହିଛି।

ୟୁକ୍ରେନ ଏବଂ ରୁଷ ମଧ୍ୟରେ ଘମାଘୋଟ୍ ଯୁଦ୍ଧ ଲାଗି ରହିଛି। ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ରଙ୍କୁ ମାରପିଟ୍ ; ତେଣୁ ତୁରନ୍ତ ଉଦ୍ଧାର ପାଇଁ ସରକାରଙ୍କୁ ଅପିଲ୍ କରିଛନ୍ତି ରାହୁଲ ଗାନ୍ଧୀ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ଯେଉଁଥିରେ ନିଷ୍ପତ୍ତି ନିଆଯାଇଛି ଯେ ୪ ଟି କେନ୍ଦ୍ରୀୟ ମନ୍ତ୍ରୀ ପଡୋଶୀ ଦେଶ ୟୁକ୍ରେନକୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଯିବେ। ଏହି ୪ ମନ୍ତ୍ରୀ ମାନଙ୍କୁ ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ୪ ମନ୍ତ୍ରୀ ହେଉଛନ୍ତି ହରଦୀପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରିଜିଜୁ ଓ ଜେନେରାଳ୍ ଭିକେ ସିଂହ । ଏମାନେ ୟୁକ୍ରେନର ପଡୋଶୀ ରାଷ୍ଟ୍ରକୁ ଗସ୍ତ କରିବେ ।

ପ୍ରଧାନମନ୍ତ୍ରୀ ମୋଦି ଆଜି ୟୁକ୍ରେନର ସଙ୍କଟ ଉପରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ୟୁକ୍ରେନରେ ପଡୋଶୀ ଦେଶମାନଙ୍କ ସହଯୋଗ ବୃଦ୍ଧି ଲାଗି ଆଲୋଚନା କରିଥିଲେ । କାରଣ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ଦିନ ଠାରୁ ସେଠାରେ ଫସିଥିବା ଭାରତୀୟ ମାନେ କିପରି ସେଠାରୁ ସୁରକ୍ଷିତ ଫେରିବେ ସେନେଇ ଚିନ୍ତା କରୁଛନ୍ତି ସରକାର । ଏବଂ ଅନେକ ଛାତ୍ରଛାତ୍ରୀ ମଧ୍ୟ ଫେରିସାରିଲେଣି । କିନ୍ତୁ ଆହୁରି ୫ରୁ ୬ ହଜାର ଛାତ୍ରଛାତ୍ରୀ ସେଠାରେ ଫସି ରହିଛନ୍ତି । ସେମାନେ ଲଗାତର ଭାବରେ ସରକାରଙ୍କୁ ନିବେଦନ କରୁଛନ୍ତି । ୟୁକ୍ରେନ୍ ଓ ରୁଷ ମଧ୍ୟରେ ଲାଗିରହିଥିବା ବିବାଦର ଘଟିବ ଅନ୍ତ ଯୁଦ୍ଧର ହବ ଅବସାନ । ୟୁକ୍ରେନ ଆକାଶରୁ ହଟିବ ଯୁଦ୍ଧର କଳାବାଦଲ । ଆଶ୍ୱସ୍ତ ହେବେ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଥିବା ୟୁକ୍ରେନ୍ ନାଗରିକ ।

 

Show More

Related Articles

Back to top button