Breaking PLUSଦେଶମୁଖ୍ୟ ଖବର

କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ, 4 ଜୁନ- କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମେ’୨୬ ମୌସୁମୀ କେରଳମ୍ ଛୁଇଁବା ନେଇ ଆକଳନ କରିଥିଲା IMD । କିନ୍ତୁ ଏହା ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ନଅ ଦିନ ବିଳମ୍ବରେ ପହଞ୍ଚିଥିଲା। ଏଥର ବିଳମ୍ବରେ କେରଳମ୍‌ ଛୁଇଁଛି ମୌସୁମୀ ବାୟୁ । ସାଧାରଣତଃ, ମୌସୁମୀ ଜୁନ୍ ୧ ସୁଦ୍ଧା କେରଳମରେ ପହଞ୍ଚିଥାଏ ଏବଂ ପରବର୍ତ୍ତୀ ସମୟରେ ପ୍ରାୟ ଦେଢ଼ ମାସ ମଧ୍ୟରେ ସମଗ୍ର ଦେଶକୁ ବ୍ୟାପିଥାଏ ।

ଏହି ସମୟରେ, ଅନେକ ରାଜ୍ୟରେ ପ୍ରାକ୍ ମୌସୁମୀ କାର୍ଯ୍ୟକଳାପ ତୀବ୍ର ହୋଇଛି ଏବଂ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବର୍ଷା, ବଜ୍ରପାତ ଏବଂ ପ୍ରବଳ ପବନ ଜାରି ରହିବାର ସମ୍ଭାବନା ରହିଛି । କେରଳମରେ ଆଗାମୀ ସାତ ଦିନ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ତାମିଲନାଡୁ ଏବଂ କର୍ନାଟକର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । କେରଳମର ଅନେକ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇସାରିଛି, ଯାହା ଫଳରେ ଆଲାପୁଝା, କୋଟ୍ଟାୟମ ଏବଂ ଏର୍ଣ୍ଣାକୁଲମ ଜିଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅରେଞ୍ଜ ଆଲର୍ଟ ୧୧ ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ସୂଚିତ କରେ ।

Show More

Related Articles

Back to top button