Breaking PLUSଓଡ଼ିଶାମୁଖ୍ୟ ଖବର
ମେ 31 ସୁଦ୍ଧା କେରଳ ଛୁଇଁବ ମୌସୁମୀ
ଭୁବନେଶ୍ୱର- ଚାଷୀଙ୍କ ପାଇଁ ଖୁସି ଖବର। ଦକ୍ଷିଣ-ପଶ୍ଚିମ ମୌସୁମୀ ୩୧ ମେ ସୁଦ୍ଧା କେରଳ ପହଞ୍ଚିବା ସମ୍ଭାବନା ରହିଛି ବୋଲି ବୁଧବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ୭ ଦିନ ସମୟ ଏପଟସେପଟ ମଧ୍ୟରେ ଜୁନ୍ ୧ରେ କେରଳରେ ପ୍ରବେଶ କରିଥାଏ। ଏହାପରେ ଏହା ଅଧିକ ବେଗରେ ଉତ୍ତର ଭାରତ ଆଡକୁ ଆଗକୁ ବଢେ। ଏହାସହ ଜୁଲାଇ ୧୫ ସୁଦ୍ଧା ସାରା ଦେଶରେ ପ୍ରବେଶ କରିଥାଏ।