Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ଆବଶ୍ୟକତା ଠୁ ଅଧିକ ପିଆଜ ହେଉଛି ଉତ୍ପାଦନ
ଭୁବନେଶ୍ୱର – ରାଜ୍ୟରେ ଆବଶ୍ୟକତା ଠୁ ଅଧିକ ପିଆଜ ହେଉଛି ଉତ୍ପାଦନ । ବିଧାନସଭାରେ ତଥ୍ୟ କହୁଛି ୨୦୨୩-୨୪ ରେ ଆବଶ୍ୟକତା ୩ ଲକ୍ଷ ୭୫ ହଜାର ମେଟ୍ରିକ ଟନ ଥିବା ବେଳେ ଉତ୍ପାଦନ ହେଇଥିଲା ୪ ଲକ୍ଷ ୨୦ ହଜାର ମେଟ୍ରିକ ଟନ । ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ଲିଖିତ ଉତ୍ତର ରଖିଛନ୍ତି । ଅନ୍ୟ ଏକ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ଅଞ୍ଚଳରେ ପୁରୁଣା ପିଆଜ ଗଛିତ ହ୍ରାସ ଏବଂ ନୂଆ ପିଆଜ ଅମଳ ବିଳମ୍ବ ହେବାରୁ ରାଜ୍ୟରେ ପିଆଜ ଦର ବଢିଛି । ରାଜ୍ୟରେ ବର୍ତ୍ତମାନ ପିଆଜର ଦର ୭୦ ଟଙ୍କା ରହିଛି ।