Breaking PLUSଓଡ଼ିଶାମୁଖ୍ୟ ଖବର
ଦ୍ୱିତୀୟ ଡୋଜ୍ ଟିକା ଅପେକ୍ଷାରେ ରାଜ୍ୟର ୧୬ ଲକ୍ଷ ଲୋକ
ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି, ପ୍ରାୟ ୧୬ ଲକ୍ଷ ଲୋକ ପ୍ରଥମ ଡୋଜ ପରେ ୨ୟ ଡୋଜ ନେଇ ନାହାନ୍ତି ।
ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି, ପ୍ରାୟ ୧୬ ଲକ୍ଷ ଲୋକ ପ୍ରଥମ ଡୋଜ ପରେ ୨ୟ ଡୋଜ ନେଇ ନାହାନ୍ତି । ୧୩ ଲକ୍ଷ ଲୋକଙ୍କ ୨ୟ ଡୋଜ ନେବାର ତାରିଖ ଅତିକ୍ରମ କରିସାରିଛି । ପ୍ରଥମ ଡୋଜ ପରେ କୋଭିଡ ହେବାରୁ ୨ୟ ଡୋଜ ନେବାରେ ବିଳମ୍ବ ହେଉଛି । ୫୦ ଲକ୍ଷ ଲୋକ ୨ଟି ଡୋଜ ଟିକା ନେଇସାରିଛନ୍ତି । ସମୟସୀମା ଅତିକ୍ରମ ପରେ ବି ଟିକା ନେଲେ ଶରୀରରେ କାମ କରିବ । ବର୍ତମାନ ଟିକାର ଅଭାବ ନାହିଁ । ସମସ୍ତେ ଟିକା ନେବାକୁ ସେ ଅନୁରୋଧ କରିଛନ୍ତି ।