Breaking PLUSଅପରାଧଆଇନ କାନୁନଜୀବନଚର୍ଯ୍ୟାମୁଖ୍ୟ ଖବର

ସାଂସଦ ନବନୀତ୍ ରାଣାଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ହନୁମାନ ଚାଳିଶା ବିବାଦକୁ ନେଇ ନିର୍ଦ୍ଦଳୀୟ ସାଂସଦ ନବନୀତ୍ ରାଣାଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହି ମାମଲାରେ ଦିଲ୍ଲୀ ପୋଲିସ ଏଫଆଇଆର ପଞ୍ଜୀକୃତ କରିଛନ୍ତି ଏବଂ ତଦନ୍ତ ଆରମ୍ଭ କରିଛି। ସାଂସଦଙ୍କ ତରଫରୁ ଦାବି କରାଯାଇଛି ଯେ ହନୁମାନ ଚାଳିଶା ପଢିବାକୁ ନେଇ ତାଙ୍କୁ ଏହି ଧମକ ଦିଆଯାଇଛି, ଯେଉଁଥିରେ ତାଙ୍କୁ ହତ୍ୟା କରାଯିବ ବୋଲି କୁହାଯାଇଛି। ଦିଲ୍ଲୀ ପୋଲିସ ନିକଟରେ ଦେଇଥିବା ଅଭିଯୋଗରେ ନବନୀତ ରାଣା କହିଛନ୍ତି ଯେ, ତାଙ୍କୁ ଫୋନ୍ ମାଧ୍ୟମରେ ଏପରି ଧମକ ଦିଆଯାଉଛି। ଯେଉଁଥିରେ କୁହାଯାଇଛି  ଯେ, ଯଦି ଆପଣ ହନୁମାନ ଚାଳିଶା ପଢନ୍ତି, ତେବେ ଆପଣଙ୍କୁ ମହାରାଷ୍ଟ୍ରକୁ ଆସିବାକୁ ଦିଆଯିବ ନାହିଁ ଏବଂ ଆପଣଙ୍କୁ ଜୀବନରୁ ମାରିଦିଆଯିବ। ଏହି ମାମଲା ଦିଲ୍ଲୀର ନର୍ଥ ଏଭେନ୍ୟୁ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଛି। ବର୍ତ୍ତମାନ ପୋଲିସ ଧମକ ଦେଇଥିବା ଲୋକଟିକୁ ଖୋଜିବା ଆରମ୍ଭ କରିଛି।

Show More

Related Articles

Back to top button