Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ

ଭୁବନେଶ୍ୱର : ରାଜଧାନୀରେ ପୁଣି ଏକ ବୀଭତ୍ସ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଚନ୍ଦକା ଥାନା ଗୋଠପାଟଣାର ଏକ ଜଳଖିଆ ଦୋକାନରେ ଜଣେ ମହିଳାଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ମହିଳାଙ୍କୁ କେଉଁ କାରଣରୁ ହତ୍ୟା କରାଯାଇଛି,ତାହା ଅସ୍ପଷ୍ଟ ରହିଛି। ସୂଚନାନୁଯାୟୀ, ଗୋଠାପଟଣା ବଜାରରେ ମହିଳାଙ୍କ ସ୍ୱାମୀ ଜଳଖିଆ ଦୋକାନ କରିଥିଲେ।
ଗତକାଲି ରାତିରେ ମହିଳାଙ୍କ ସ୍ୱାମୀ ପାଣି ଆଣିବାକୁ ନିକଟକୁ ଯାଇଥିଲେ। ମହିଳା ଜଣଙ୍କ ଦୋକାନରେ ଏକୁଟିଆ ଥିଲେ। ଏହି ସମୟରେ ମହିଳାଙ୍କୁ କେହି ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Show More

Related Articles

Back to top button