ରାଜ୍ୟର ସବୁ ସାଂସଦଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଚିଠି

ଭୁବନେଶ୍ୱର, 16 ଏପ୍ରିଲ- ରାଜ୍ୟର ସବୁ ସାଂସଦଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ୧୩୧ତମ ସମ୍ବିଧାନ ସଂଶୋଧନ ପ୍ରସଙ୍ଗ ଉଠାଇ ଲେଖିଛନ୍ତି ଚିଠି ।
ରାଜନୈତିକ ପ୍ରତିନିଧିତ୍ବ ଓ ଅର୍ଥନୈତିକ ସ୍ବାର୍ଥ କଥା ଉଠାଇଛନ୍ତି ନବୀନ । ଓଡ଼ିଶାର ଦୀର୍ଘମିଆଦି ସ୍ବାର୍ଥ, ସମାନୁପାତିକ ପ୍ରତିନିଧିତ୍ବ, ଗୌରବ ଅକ୍ଷୁଣ୍ଣ ଜରୁରୀ ।ଡିଲିମିଟେସନରେ ପ୍ରତିନିଧିତ୍ବ ହାର କମିବା ଜାତୀୟସ୍ତରରେ କ୍ଷତି ପହଞ୍ଚାଇବ । ପ୍ରସ୍ତାବିତ ସମ୍ବିଧାନ ସଂଶୋଧନରେ ଓଡ଼ିଶାର ପ୍ରତିନିଧିତ୍ବ ୩.୯ରୁ ୩.୪%କୁ କମିବ । ୬ଟି କ୍ଷତି ସହିବାକୁ ଥିବା ରାଜ୍ୟ ଭିତରେ ଆମକୁ ପଏଣ୍ଟ ୫ କ୍ଷତି ସହିବାକୁ ହେବ । ଓଡ଼ିଶା ଲୋକେ ଆପଣଙ୍କୁ ସଂସଦକୁ ପଠାଇଛନ୍ତି, ଏହା କରିବାକୁ ଦିଅନ୍ତୁନି ।ରାଜ୍ୟର ଅର୍ଥନୈତିକ ଓ ରାଜନୈତିକ ସ୍ବାର୍ଥକୁ ସୁରକ୍ଷା ଦିଅନ୍ତୁ ।
ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳର ବିକାଶ ସତ୍ତ୍ବେ ଓଡ଼ିଶାକୁ ଦଣ୍ଡିତ କରାନଯାଉ । କେନ୍ଦ୍ରୀୟ ରାଜସ୍ବକୁ ବଡ଼ ଅବଦାନ ସତ୍ତ୍ବେ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି ପୂରଣ ହୋଇନି । ଯଦି ଓଡ଼ିଶାର ପ୍ରତିନିଧିତ୍ବ କମୁନି ତାହେଲେ ସଂଶୋଧନକୁ ସମର୍ଥନ ଉଚିତ । କେନ୍ଦ୍ରରେ ଓଡ଼ିଶା ଅଧିକାର ପାଇଁ ସଂସଦ ଭିତରେ ଓ ବାହାରେ ସ୍ବର ଉଠାନ୍ତୁ ବୋଲି ନବୀନ କହିଛନ୍ତି ।



