ସଂସଦର ସ୍ୱତନ୍ତ୍ର ଅଧିବେଶନରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ

ନୂଆଦିଲ୍ଲୀ, 16 ଏପ୍ରିଲ – ସଂସଦର ସ୍ୱତନ୍ତ୍ର ଅଧିବେଶନରେ ବୁଧବାର ମହିଳା ସଂରକ୍ଷଣ ଆଇନ ସମ୍ପର୍କିତ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପିତ କରାଯାଇଛି। ଏଥିରେ ସଂବିଧାନ (131ତମ ସଂଶୋଧନ) ବିଧେୟକ, 2026 ଓ ଡିଲିମିଟେସନ ବିଲ୍, 2026 , କେନ୍ଦ୍ରଶାସିତ ପ୍ରଦେଶ ଆଇନ (ସଂଶୋଧନ) ବିଧେୟକ, 2026 ରହିଛି ।
ଲୋକସଭାରେ ୩ ଗୁରୁତ୍ଵପୂର୍ଣ୍ଣ ବିଲ୍ ଆଗତ ହେବାପରେ ମହିଳା ସଂରକ୍ଷଣ ଓ ଡିଲିମିଟେସନ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି ଦେଶର ୫୦ ପ୍ରତିଶତ ଲୋକ ଆଇନ ତିଆରିରେ ସାମିଲ ହୁଅନ୍ତୁ। ଯେଉଁ ଦଳ ମହିଳା ସଂରକ୍ଷଣକୁ ବିରୋଧ କରିଛି ତାର ଫଳ ଭୋଗିଛି। ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ କ୍ଷମା କରିବେ ନାହିଁ। ୨୫-୩୦ ବର୍ଷ ତଳର ସ୍ଥିତି ଆଜି ଆଉ ନାହିଁ। ଏବେ ମହିଳାମାନେ ଅଧିକାର ନେଇ ଦୃଢ ହକ୍ଦାର। ଆଜି ଯେଉଁମାନେ ବିରୋଧ କରିବେ ଲମ୍ବା ସମୟ ପାଇଁ ଭୋଗିବେ। ଆଜି ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏହା ୨୦-୨୫ ବର୍ଷ ପୂର୍ବେ ହେବା ଉଚିତ ଥିଲା। ଏବଂ ସମୟ ସମୟରେ ଉନ୍ନତି କରାଯାଇଥାନ୍ତା। ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳକୁ ଦେଶର ଭଉଣୀମାନଙ୍କ ଉପରେ ବିଶ୍ୱାସ କରିବାକୁ ଏବଂ ସେମାନଙ୍କୁ ଆଗକୁ ଆସିବାର ସୁଯୋଗ ଦେବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ମହିଳାମାନେ କେବେ ପଛରେ ରହିନାହାଁନ୍ତି, ଏବଂ ଆମର ମା, ଭଉଣୀ ଏବଂ ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ଅମୂଲ୍ୟ ଅବଦାନ ରଖିଛନ୍ତି। ମୁଁ ପଛୁଆ ବର୍ଗରୁ ଆସିଛି, ମାତ୍ର ମୁଁ ବର୍ଗକୁ ସମ୍ମାନ କରିଆସିଛି।
୩୦ ବର୍ଷ ହେଲା ମହିଳାମାନେ ନିଜ ହକ୍ ପାଇଁ ଅପେକ୍ଷା କରିଛନ୍ତି, ଏବେ ଆଉ ଡେରି କରିବା ଉଚିତ ନୁହେଁ। ମହିଳାଙ୍କ ଭାଗିଦାରୀ ବିନା ଦେଶର ପ୍ରଗତି ଅଧୁରା ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।



