Breaking PLUSଓଡ଼ିଶାମୁଖ୍ୟ ଖବର
SRCଙ୍କ ହିଟ୍ ୱେଭ୍ ସମୀକ୍ଷା ପରେ ହିଁ ଖରାଛୁଟି ନିଷ୍ପତ୍ତି ନିଆଯିବ- ମନ୍ତ୍ରୀ

ଭୁବନେଶ୍ୱର, 16 ଏପ୍ରିଲ- ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ସ୍କୁଲ ଛୁଟିକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ତେବେ ଏସଆରସିଙ୍କ ହିଟୱେଭ ସମୀକ୍ଷା ପରେ ହିଁ ଖରାଛୁଟି ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଆଜି ଖରାଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଡ଼ ବୟାନ ରଖିଛନ୍ତି । ସେ କହିଛନ୍ତି ଯେ, ଜିଲ୍ଳାପାଳଙ୍କ ରିପୋର୍ଟ ଆଧାରରେ ଛୁଟି ନିଷ୍ପତ୍ତି ନିଆଯିବ । ଯେଉଁ ଜିଲ୍ଲାରେ ଅସହ୍ୟ ଗରମ ସେହି ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ । ପିଲାମାନଙ୍କ ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ବ ଦେଉଛୁ । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଗରମ ହେଉଛି, ବିଚାର କରାଯାଉଛି । SRCଙ୍କ ହିଟ୍ ୱେଭ୍ ସମୀକ୍ଷା ପରେ ହିଁ ଖରାଛୁଟି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।



