Breaking PLUSଓଡ଼ିଶାମୁଖ୍ୟ ଖବର

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର- ଏସସିବି ଘଟଣାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦାବି ଜୋର ଧରିଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ପ୍ରତିବାଦ ଜାରି ରହିବ କହିଛନ୍ତି ନବୀନ । ଏତେ ବଡ଼ ଘଟଣା ପରେ ବି କୌଣସି କେନ୍ଦ୍ରମନ୍ତ୍ରୀ ନଆସିବା ଦୁଃଖର କଥା ବୋଲି ସେ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀମାନେ ଗୃହରେ ଅଚଳାବସ୍ଥା ଜାରି ରଖିଛନ୍ତି । ଇସ୍ତଫା ନଦେବା ଯାଏ ଗୃହ ଚାଲିପାରିବ ନାହିଁ ବୋଲି ସୋମନେ ଅଡି ବସିଛନ୍ତି ।

Show More

Related Articles

Back to top button