Breaking PLUSଓଡ଼ିଶାମୁଖ୍ୟ ଖବର
ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଜାରି

ଭୁବନେଶ୍ୱର- ବିଧାନସଭା ଅଚଳ । ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି । ଆଜି ବି ସମ୍ପୂର୍ଣ୍ଣ ଚାଲିପାରିଲାନି ପ୍ରଶ୍ନକାଳ। ଆରମ୍ଭରୁ ଗୃହ ମଧ୍ୟକୁ ଆସି ବିରୋଧୀ ସଦସ୍ୟ ହୋହଲ୍ଲା ଓ ନାରାବାଜି କରିଥିଲେ। ଫଲରେ ସାଢେ ୧୧ଟା ଯାଏଁ ଗୃହ ମୁଲତବି କରିଥିଲେ ବାଚସ୍ପତି।
ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ୧୭ ତାରିଖରୁ ଲଗାତାର ଭାବେ ଗୃହରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି ବାହାରି ପାରୁନି ନିଷ୍କର୍ସ ।



