ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ବିସ୍ଫୋରଣରେ ରେଳ ବ୍ରିଜ୍‌କୁ ଉଡ଼ାଇ ଦେଲେ ନକ୍ସଲ, ଟ୍ରେନ ପାରି ହେବା ପୂର୍ବରୁ ଘଟିଛି ଅଘଟଣ

ଉଦୟପୁର: ବିସ୍ଫୋରଣରେ ଉଡ଼ିଲା ରେଳ ବ୍ରିଜ୍‌। ବଞ୍ଚିଗଲେ ରେଳ ଯାତ୍ରୀ। ରାଜସ୍ଥାନ ଉଦୟପୁରର ଜୱର ପୁଲିସ ଷ୍ଟେସନ ଅଧୀନ ଥିବା ରେଲୱେ ବ୍ରିଜ୍‌କୁ ଉଡ଼ାଇ ଦିଆଯାଛି। ଗତକାଲି ମଧ୍ୟ ରାତ୍ରିରେ ଏହି ଘଟଣା ଘଟିଛି। ଘଟଣା ପଛରେ ନକ୍ସଲଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଏହି ଲାଇନ୍ ଦେଇ ଅସରୱା-ଉଦୟପୁର ‌ଏକ୍ସପ୍ରେସ୍‌ ପାରି ହେବା ପୂର୍ବରୁ ଏହି ଅଘଟଣ ଘଟିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଟ୍ୱିଟ କରି କହିଛନ୍ତି ଉଦୟପୁର-ଅହମ୍ମଦାବାଦ ରେଳ ଲାଇନ୍‌ରେ ଓଡା ରେଳ ବ୍ରିଜ କ୍ଷତି ଘଟିବା ଘଟଣା ଚିନ୍ତାର ବିଷୟ। ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଅଛନ୍ତି। ଡିଜି ପୁଲିସକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେତୁ ପୁନଃନିର୍ମାଣ ପାଇଁ ରେଳବାଇ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି କହିଛି ।

ଏହି ଲାଇନରେ ରେଳ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପରିବହନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ଥାନୀୟ ପୋଲିସ ଷ୍ଟେସନର ଷ୍ଟେସନ ହାଉସ ଅଫିସର କହିଛନ୍ତି ଯେ, ଶନିବାର ରାତିରେ ଗ୍ରାମବାସୀମାନେ ଓଡା ରେଳ ବ୍ରିଜରେ ବିସ୍ଫୋରଣ ଶୁଣିଥିଲେ। ସେ କହିଛନ୍ତି ଯେ, ସକାଳେ ସ୍ଥାନୀୟ ଗ୍ରାମବାସୀ ଟ୍ରାକ ଦେଖିବା ପାଇଁ ପହଞ୍ଚିଥିଲେ।

ତେବେ ଟ୍ରାକ ଭାଙ୍ଗି ଯାଇଥିବା ଦେ‌ଖିବା ସହ ଅନେକ ନଟ ବୋଲ୍ଟ ମଧ୍ୟ ସେଠାରେ ପଡ଼ିରହିଛି । ସେ ଆହୁରି କହିଛନ୍ତି, ପ୍ରାଥମିକ ତଦନ୍ତରୁ ଖଣିରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ଟ୍ରାକକୁ ନଷ୍ଟ କରିବା ପାଇଁ ବ୍ୟବହୃତ ହୋଇଛି। ଘଟଣାସ୍ଥଳରୁ ନମୁନା ନିଆଯାଇଛି। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ରେଳ ଅଧିକାରୀ ତଥା ପୋଲିସକୁ ସୂଚନା ଦେଥିଲେ। ତେବେ ଆସାରୱା (ଅହମ୍ମଦାବାଦ) ରୁ ଉଦୟପୁର ଅଭିମୁଖେ ଯାତ୍ରା କରୁଥିବା ଟ୍ରେନ୍ ଡଙ୍ଗରପୁରରେ ଅଟକି ରହିଛି ବୋଲି ଏସଏଓ କରିଛନ୍ତି। ନକ୍ସଲମାନେ ଏଭଳି ଅଘଟଣ ଘଟାଇଥିବା ପୁଲିସ ସନ୍ଦେହ କରୁଛି।

Show More

Related Articles

Back to top button