Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଏନଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ପ୍ରଚାର ଅଭିଯାନ ଜୁଲାଇ ୧ରୁ ଆରମ୍ଭ

ନୂଆଦିଲ୍ଲୀ : ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ମନୋନୀତ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ପ୍ରଚାର ଅଭିଯାନ ଜୁଲାଇ ୧ରୁ ହେବ ବୋଲି ଜଣାପଡିଛି । ଚଳିତମାସ ୨୪ରେ ପ୍ରାର୍ଥିପତ୍ର ଦାଖଲ କରିବାପରଠାରୁ ସେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ କେବଳ ଫୋନ୍‌ରେ କଥାବାର୍ତ୍ତା କରି ସମର୍ଥନ ଯୋଗାଡ କରୁଥିବା ସୂଚନା ମିଳିଛି । ଆଦିବାସୀ ବହୁଳ ରାଜ୍ୟରୁ ତାଙ୍କର ପ୍ରଚାର ଅଭିଯାନ ଆରମ୍ଭ ହେବ ବୋଲି କୁହାଯାଉଛି । ତେବେ ଏହା କେଉଁ ରାଜ୍ୟ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଦ୍ରୌପଦୀ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏନ୍‌ସିପି ନେତା ଶରଦ ପୱାର ଓ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ସହ ଫୋନରେ କଥା ହୋଇ ତାଙ୍କୁ ସମର୍ଥନ ଜଣାଇବାକୁ ଅନୁରୋଧ କରିସାରିଛନ୍ତି ।

Show More

Related Articles

Back to top button