Breaking PLUSଦେଶମୁଖ୍ୟ ଖବର
ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ଆଗରେ

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ଆଗରେ । ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଧାରା ଅନୁଯାୟୀ ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଜାରି ରହିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟ୍ ଗଣତିର ପ୍ରାରମ୍ଭିକ ଧାରା ଅନୁଯାୟୀ, ରାଜ୍ୟରେ ୧୫୩ ଆସନରେ ଏନଡିଏ ଆଗରେ ରହିଛି। ଏଥି ସହିତ କଂଗ୍ରେସ ମିଳିତ ମଞ୍ଚ ୯୭ଟି ଆସନରେ ଆଗୁଆ ରହିଛି।