Breaking PLUSଦେଶମୁଖ୍ୟ ଖବର
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଜନ୍ମନେଲା ନୂଆ ବାଛୁରୀ ଦୀପଜ୍ୟୋତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିବାରରେ ଯୋଡ଼ି ହୋଇଛନ୍ତି ଜଣେ ନୂଆ ଅତିଥି, ଯାହାଙ୍କ ନାଁ ହେଉଛି ‘ଦୀପଜ୍ୟୋତି’। ଦୀପଜ୍ୟୋତି ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗରେ ଥିବା ବାସଭବନରେ ପହଞ୍ଚିବା ପରେ ମୋଦୀ ତାଙ୍କୁ ଭବ୍ୟ ସ୍ଵାଗତ କରିଛନ୍ତି। ତେବେ ଏହି ଅତିଥି ଜଣକ କୌଣସି ବ୍ୟକ୍ତି ନୁହନ୍ତି, ବରଂ ଏକ ବାଛୁରୀ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ଗାଈ ବାଛୁରୀକୁ ଜନ୍ମ ଦେଇଛି। ବାଛୁରୀ ମୁଣ୍ଡରେ ଏକ ଦୀପ ଚିହ୍ନ ଥିବାରୁ ମୋଦୀ ତାହାର ନାଁ ‘ଦୀପଜ୍ୟୋତି’ ରଖିଛନ୍ତି। ପ୍ରଧାନମନ୍ତ୍ରୀ ବାଛୁରୀଟିକୁ ନିଜ ଘରେ ସ୍ନେହ ଆଦର କରିବା ସହିତ କୋଳରେ ଧରି ତା’ ସହିତ ଖେଳୁଥିବା ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଯାହା ଅତ୍ୟନ୍ତ ଆକର୍ଷଣୀୟ ହୋଇଛି।