ଦେଶସ୍ୱତନ୍ତ୍ର

ହ୍ୱାଟ୍ସଆପରେ ଜାରି ହେଲା ନୂଆ ଫିଚର,ଏଣିକି ବିନା ଫୋନ ନମ୍ବରରେ କାମ କରିବ ହ୍ୱାଟ୍ସଆପ

ୟୁଜରଙ୍କ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ ଭିନ୍ନଭିନ୍ନ ଫିଚର ଆଣିଥାଏ । ତେବେ ବର୍ତ୍ତମାନ କମ୍ପାନୀ ଏକ ନୂଆ ଫିଚରକୁ ନେଇ ପରୀକ୍ଷଣ କରୁଛି । ସେକେଣ୍ଡାରୀ ନମ୍ବର ନଥିଲେ ମଧ୍ୟ ଆପଣ ଏହାକୁ ବ୍ୟବହାର କରିପାରିବେ । ଏହି ଫିଚର ଟ୍ୟାବଲେଟ ପାଇଁ କାମ କରିବ । ଅର୍ଥାତ୍‌ ଆପଣ ଫୋନ୍‌ ନମ୍ବରରେ ମଧ୍ୟ ଟ୍ୟାବଲେଟରେ ହ୍ୱାଟ୍ସଆପ ବ୍ୟବହାର କରିପାରିବେ । ଏହାକୁ ବିଟା ୟୁଜର୍ସଙ୍କ ପାଇଁ ମଧ୍ୟ ଜାରି କରାଯାଇଛି ।

ରିପୋର୍ଟ ଅନୁସାରେ, କମ୍ପାନୀ ଏକ ଅପଡେଟ୍‌ ଜାରି କରୁଛି । ଏହି ଅପଡେଟକୁ ଗୁଗଲ ପ୍ଲେ ବିଟା ପ୍ରୋଗ୍ରାମ ମାଧ୍ୟମରେ ଜାରି କରାଯାଇଛି । ଏହା ଆପ୍‌ର ୨.୨୨.୨୪.୮ ଭର୍ସନ । ଏଥିରେ ଲାଟେଷ୍ଟ ହ୍ୱାଟ୍ସଆପ ଫର୍‌ ଟାବଲେଟ୍‌ ଫିଚର ଦିଆଯାଇଛି ।

 

Show More

Related Articles

Back to top button