Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଅବତରଣ ପୂର୍ବରୁ ଆସିଲା ଚନ୍ଦ୍ରପୃଷ୍ଠର ନୂଆ ଫଟୋ

23 ତାରିଖରେ ଅବତରଣ କରିବ ଚନ୍ଦ୍ରଯାନ-3

() ଅବତରଣ ପୂର୍ବରୁ ଆସିଲା ନୂଆ ଫଟୋ । ‘ଏଲ୍‌ପିଡିସି’ କ୍ୟାମେରାଦ୍ବାରା ଚନ୍ଦ୍ରଯାନ-୩ ଉଠାଇଥିବା ଚନ୍ଦ୍ରର ଅପରପାର୍ଶ୍ବର କେତୋଟି ଚମତ୍କାର ଫଟୋ ଆଜି ‘ଇସ୍ରୋ’ ସେୟାର୍‌ କରିଛି।

ଇସ୍ରୋ ପକ୍ଷରୁ କୁହାଯାଇଛି ‘ଲ୍ୟାଣ୍ଡର୍‌ ହଜାର୍ଡ ଡିଟେକ୍‌ସନ୍‌ ଆଣ୍ଡ୍‌ ଆଭଏଡାନ୍‌ସ୍‌ କ୍ୟାମେରା’ଦ୍ବାରା ଉତ୍ତୋଳିତ ଚନ୍ଦ୍ରର ଅପରପାର୍ଶ୍ବର କେତୋଟି ଫଟୋ ଦେଖନ୍ତୁ। ‘ସାକ୍‌/ଇସ୍ରୋ’ଦ୍ବାରା ବିକଶିତ ଏହି କ୍ୟାମେରା ଅବତରଣ ସମୟରେ ଶିଳାଖଣ୍ଡ ଅଥବା ଗଭୀର ଖାତ ନ ଥିବା ଭଳି ନିରାପଦ ଅବତରଣ କ୍ଷେତ୍ର ଠାବ କରିବାରେ ଚନ୍ଦ୍ରଯାନ-୩କୁ ସାହାଯ୍ୟ କରିବ।

ଏହି ନୂଆ ଫଟୋ ସବୁରେ ଚନ୍ଦ୍ରର ଅପରପାର୍ଶ୍ବ ପୃଷ୍ଠରେ ଥିବା ଗହ୍ବର ସବୁ ସ୍ପଷ୍ଟ ଭାବେ ଦେଖାଯାଉଛି। ଏହି ଗହ୍ବରଗୁଡ଼ିକର ନାଁ ହେଉଛି ହେଇନ୍‌, ବସ୍‌ ଏଲ୍‌, ମେୟାର୍‌ ହମ୍ବୋଲ୍‌ଡସିଅନମ୍‌ ଓ ବେଲ୍‌କୋଭିଚ୍। ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬.୦୪ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ।

Show More

Related Articles

Back to top button