
ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଓ ରନ୍ଧଣ ଗ୍ୟାସର କୌଣସି ଅଭାବ ନଥିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସ୍ପଷ୍ଟ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟରେ ଇନ୍ଧନ ଓ ଆବଶ୍ୟକୀୟ ପଦାର୍ଥର ପ୍ରଚୁର ମଜୁତ ରହିଥିବା ସୂଚନା ମିଳିଛି।
ସରକାରଙ୍କ କହିବା ଅନୁସାରେ, ସମସ୍ତ ଜିଲ୍ଲାରେ ଇନ୍ଧନ ଓ ରନ୍ଧଣ ଗ୍ୟାସ ଯୋଗାଣ ସାଧାରଣ ଅବସ୍ଥାରେ ଚାଲିଛି ଏବଂ ଲୋକମାନେ ଅଫବାହରେ ଭ୍ରମିତ ହେବାକୁ ନାହିଁ।
ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇ କଳା ବଜାରୀ ଓ ମଜୁତଦାରୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ଏହା ସହିତ ରାଜ୍ୟବ୍ୟାପୀ ଚଢ଼ାଉ ଓ ଯାଞ୍ଚକୁ ଜୋରଦାର କରାଯିବ।
ବିଶ୍ୱସ୍ତରୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପୂର୍ବରୁ ସଜାଗ ରହିଛି ବୋଲି କହାଯାଇଛି। ଏହି ପରିସ୍ଥିତିରେ ଲୋକମାନଙ୍କୁ ଅନାବଶ୍ୟକ ଭାବେ ଇନ୍ଧନ ସଂଗ୍ରହ ନକରିବାକୁ ଅନୁରୋଧ କରାଯାଇଛି।



