Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଏବେ ବୁଷ୍ଟରଡୋଜ ପାଇଁ ଦବାକୁ ପଡିବ ଟଙ୍କା

ରବିବାର ଠାରୁ ବୟସ୍କ ଲୋକମାନଙ୍କୁ କରୋନା ନିରୋଧି ବୁଷ୍ଟର ଡୋଜ ଟୀକାକରଣକୁ ଅନୁମତି ମିଳିଛି

ସେରମ ଇନିଷ୍ଟିଚିଉଟ ଅଫ ଇଣ୍ଡିଆର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅଦର ସି ପୁନୱାଲା ଘରୋଇ ଟୀକାକରଣ କେନ୍ଦ୍ରରେ ରବିବାର ଠାରୁ ବୟସ୍କ ଲୋକମାନଙ୍କୁ କରୋନା ନିରୋଧି ବୁଷ୍ଟର ଡୋଜ ଟୀକାକରଣକୁ ଅନୁମତି ମିଳିଥିବାରୁ, ସରକାରଙ୍କର ଏହି ନିଷ୍ପତ୍ତିକୁ ସେ ସ୍ୱାଗତ କରିଛନ୍ତି। ସେ ଏହାକୁ ଏକ ମହତ୍ତ୍ୱ ପୂର୍ଣ୍ଣ ଓ ସମୟ ଉପଯୋଗୀ ପଦକ୍ଷେପ ବୋଲି କହିଛନ୍ତି । ଏହା ସହିତ ଆହୁରି କହିଛନ୍ତି ଯେଉଁ ଲୋକମାନେ ବିଦେଶ ଯାତ୍ରା କରିବା ପାଇଁ ଚାହୁଁଛନ୍ତି ତୃତୀୟ ଡୋଜ ବିନା ବିଦେଶ ଯାତ୍ରା କରିବା ସେମାନଙ୍କ ପାଇଁ ବାଧାପ୍ରାପ୍ତ ହେବ। କାରଣ ଯେଉଁମାନେ ବୁଷ୍ଟର ଡୋଜ୍‌ ନେଇ ନାହାନ୍ତି ସେମାନଙ୍କ ଉପରେ ଅନେକ ଦେଶ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ସହିତ ବୁଷ୍ଟର ଡୋଜ୍‌ର ମୂଲ୍ୟ ଉପରେ ମଧ୍ୟ ଆଜି ଖୁଲାସା ହୋଇଛି । ସ୍ୱାସ୍ଥ୍ୟ କର୍ମି, କରୋନାର ଆଗଧାଡ଼ିର କର୍ମଚାରି, ଓ ୬୦ ବର୍ଷରୁ ଅଧିକ ଲୋକମାନଙ୍କ ପାଇଁ ଘୋଷଣା କରାଯାଇଥିବା ବୁଷ୍ଟର ଡୋଜ ବା ତୃତୀୟ ଅଧିକାଂଶ ବୟସ୍କ ଲୋକମାନଙ୍କ ପାଇଁ ମାଗଣା ମିଳିବ ନାହିଁ। ପୁଣି ପୁନୱାଲା କହିଛନ୍ତି ପୂର୍ବ ଭଳି କୋଭିସିଲ୍ଡ ତିଆରିରେ ୬୦୦ ଟଙ୍କା ଖର୍ଚ୍ଚ ହେଉଛି। କୋଭାକ୍ସିନର ବୁଷ୍ଟର ଡୋଜ୍‌ ସ୍ୱିକୃତି ପାଇବା ପରେ ୯୦୦ ଟଙ୍କାରେ ମିଳିବ। କୋଭିସିଲ୍ଡକୁ ବୁଷ୍ଟର ଡୋଜ୍‌ ଭାବେ ସ୍ୱୀକୃତି ମିଳିଛି ଓ କୋଭାକ୍ସକୁ ବୁଷ୍ଟର ଡୋଜ ଭାବେ ସ୍ୱୀକୃତି ମିଳିବ ବୋଲି ସେ କହିଛନ୍ତି । ଯେଉଁ ଡାକ୍ତରଖାନା ଓ ବିତରକମାନେ ବୁଷ୍ଟର ଡୋଜ ଦେବେ ସେମାନଙ୍କୁ ସେରମ ଇନିଷ୍ଟିଚିଉଟ ବହୁତ ରିହାତିରେ ପ୍ରଦାନ କରିବେ ବୋଲି ପୁନୱାଲା ସୂଚନା ଦେଇଛନ୍ତି ।

Show More

Related Articles

Back to top button