Breaking PLUSଓଡ଼ିଶାମୁଖ୍ୟ ଖବର
ନୁଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ସମ୍ବଲପୁର- ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଆଜି ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୮ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଥିବାବେଳେ ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ମଧ୍ୟରେ ଶୁଭଲଗ୍ନ ରହିଛି। ଏହି ସମୟ ମଧ୍ୟରେ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନଲାଗି ହେବ। ଏହାପରେ ଘରେ ଘରେ ସମସ୍ତେ ନବାନ୍ନ ଖାଇ ପାରିବେ ବୋଲି ନୂଆଖାଇ ପର୍ବ ପାଇଁ ଲଗ୍ନ ଧାର୍ଯ୍ୟ ହେବା ପରେ ସୂଚନା ଦିଆଯାଇଛି। ବ୍ରହ୍ମପୁରା ପଣ୍ଡିତ ମହାସଭାରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ବିଷ୍ଣୁସହସ୍ର ନାମ ପାଠ ପରେ ଶୁଭଲଗ୍ନ ବାହାରିଛି। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡ ତରଫରୁ ନୂଆଖାଇ ଲଗ୍ନ ପ୍ରକାଶ ପାଇଛି।



