Breaking PLUSଓଡ଼ିଶାମୁଖ୍ୟ ଖବର
4 ସେକେଣ୍ଡରେ ବାରବାଟୀ ଟିକେଟ ବିକ୍ରି ଶେଷ

ଭୁବନେଶ୍ୱର-ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟ୍ବେଣ୍ଟି ୨୦ ମ୍ୟାଚ ପାଇଁ ସୋମବାର ଅନ୍ଲାଇନ ଟିକଟ ବିକ୍ରି ହୋଇଥିଲା। ସାଧାରଣ ଦର୍ଶକଙ୍କ ଲାଗି ଅନ୍ଲାଇନରେ ୨୦୦୦ ଟିକଟ ଉପଲବ୍ଧ ରହିଥିଲା। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ଅପରାହ୍ଣ ୨ଟାରେ ‘ଡ୍ରିଷ୍ଟିକ୍ଟ ବାଇ ଜମାଟୋ’ ୱେବସାଇଟ୍ /ଆପ୍ରେ ଟିକଟ ଉପଲବ୍ଧ ହୋଇଥିଲା। ଅନ୍ଲାଇନରେ ଉପଲବ୍ଧ ଥିବା ୨୦୦୦ ଟିକଟ ମାତ୍ର ୪ ମିନିଟ୍ ୩୫ ସେକେଣ୍ଡରେ ଶେଷ ହୋଇଯାଇଥିଲା।



