
ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଜି ସମୀକ୍ଷା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍କୁଲ ଓ ଉଚ୍ଚଶିକ୍ଷା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ। ପୂର୍ବାହ୍ନ ୯ଟା ୩୦ରୁ ୧୧ଟା ୩୦ ଯାଏ ରାଜ୍ୟ ଅତିଥି ଭବନରେ ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା କରାଯିବ। ଏଥିରେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ, ରୁସା ଅର୍ଥ ବିନିଯୋଗ ନେଇ ଆଲୋଚନା ହେବ।କେନ୍ଦ୍ର ସରକାର କେତେ ଟଙ୍କା ଦେଇଛନ୍ତି, କେତେ ଖର୍ଚ୍ଚ ହୋଇଛି, କେଉଁ ପ୍ରକଳ୍ପ ବହୁ ଦିନ ଧରି ପଡ଼ି ରହିଛି, ଆଦି ବିଷୟରେ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ଏହାପରେ ପୂର୍ବାହ୍ନ ସାଢ଼େ୧୧ଟାରୁ ଅପରାହ୍ ଣ ସାଢ଼େ ୧ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ହେବ। ତେବେ ସମୀକ୍ଷା ବୈଠକରେ ରାଜ୍ୟ ଉଚ୍ଚଶିକ୍ଷା କିମ୍ବା ଗଣଶିକ୍ଷା ମନ୍ତ୍ରୀ ସାମିଲ ହେଉ ନ ଥିବା ସୂଚନା ମିଳିଛି।
ସେହିପରି ଅପରାହ୍ ଣ ୩ଟାରୁ ୪ଟା ୩୦ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ମୁଖ୍ୟମାନଙ୍କ ଭର୍ଚୁଆଲ୍ ବୈଠକ କରାଯିବ ଏଥିରେ ଆଇଆଇଟି, ଆଇଆଇଏମ୍ , ଏନ୍ ଆଇଟି, ଆଇଜର, ଇଗ୍ ନୋ, କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଓ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ସମୀକ୍ଷା ହେବ। କେନ୍ଦ୍ର ସରକାରଙ୍କ ଅଧୀନ ବିଭିନ୍ନ ସ୍କୁଲ ସଙ୍ଗଠନ ଯଥା କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ, ସିବିଏସ୍ ଇ, ନବୋଦୟ ବିଦ୍ୟାଳୟ ସଙ୍ଗଠନ, ଏନ୍ ସିଟିଇ, ଏନ୍ ସିଇଆରଟି ମୁଖ୍ୟମାନଙ୍କ ସହ ଅପରାହ୍ ଣ ସାଢ଼େ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି।