Breaking PLUSମୁଖ୍ୟ ଖବର

ରାଜ୍ୟରେ ଘନ କୁହୁଡି

ଭୁବନେଶ୍ଵର : ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। ଫଳରେ ଗାଡି ଚଳାଚଳରେ ବାଧା ଉପୁଜିଛି। ଆସନ୍ତା ୮ ତାରିଖ ଯାଏଁ ସୁନ୍ଦରଗଡ, ଢେଙ୍କାନାଳ , କଟକ, କୋରାପୁଟ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେବ। ଆଗାମୀ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ଏହାପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଡିସେମ୍ବରରେ ଦକ୍ଷିଣ ଉପଦ୍ଵୀପରେ ହୋଇଥିବା ବର୍ଷା ୨୩ ବର୍ଷରେ ସର୍ବାଧିକ ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି।

Show More

Related Articles

Back to top button