ଆରପାରିରେ ଓଡିଆ ସିନେ ଜଗତର ଧ୍ରୁବତାରା ମିହିର ଦାସ
ଓଡିଶା ସିନେ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ ଅଭିନେତା ମିହିର ଦାସ । ନାୟକ ହେଉ କିମ୍ବା ଖଳନାୟକ, ଚରିତ୍ର ଅଭିନୟ ହେଉ କିମ୍ବା ହାସ୍ୟ ଚରିତ୍ର, ଅଲ୍ ଇନ୍ ଓ୍ବାନ୍ ଥିଲେ ମିହିର ଦାସ । ନିଜ ଅଭିନୟ ଯାଦୁରେ ଓଡିଶାର ଘରେ ଘରେ ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି ଭେଟେରାନ୍ ମିହିର ଦାସ ।
ଦୀର୍ଘ ୪ ଦଶନ୍ଧି ଧରି ଓଡିଆ ସିନେ ଜଗତରେ ସକ୍ରିୟ ଥିଲେ । ଶିଶୁ କଳାକାରରୁ ଅଭିନୟ ଆରମ୍ଭ କରିଥିବା ମିହିର ଦାସ କାଳକ୍ରମେ ଓଡିଶାରେ ଘରେ ଘରେ ପରିଚିତ ହୋଇପାରିଥିଲେ । ମିହିର ଦା’ ଙ୍କ ବିୟୋଗରେ ଓଡିଶା ସିନେ ଜଗତ ସ୍ତବ୍ଧ ହୋଇଯାଇଛି । ୧୯୫୯ ମସିହା ଫେବୃଆରୀ ୧୧ ତାରିଖରେ ମୟୁରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଅଭିନେତା ମିହିର ଦାସ । ପ୍ରସିଦ୍ଧ ଗାୟିକା ସଙ୍ଗୀତା ଦାସଙ୍କୁ ବିବାହ କରିଥିଲେ ସେ । ୨୦୧୦ ମସିହାରେ ପତ୍ନୀ ସଙ୍ଗୀତା ଦାସଙ୍କ ଦେହାନ୍ତ ହୋଇଥିଲା । ତାଙ୍କର ପୁତ୍ର ଅମ୍ଲାନ ଦାସ ମଧ୍ୟ ଓଲିଉଡର ଜଣେ ଆଗଧାଡିର ନାୟକ । ୧୯୭୯ ମସିହାରେ ମଥୁରା ବିଜୟ ଚଳଚିତ୍ରରୁ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ମିହିର ଦାସଙ୍କ ର ଶେଷ ଚଳଚିତ୍ର ଥିଲା ଓନ୍ଲୀ ପ୍ୟାର୍। ୧୯୭୯ ମସିହାରେ ମଥୁରା ବିଜୟ ଚଳଚିତ୍ର ଜରିଆରେ ଶିଶୁ କଳାକାର ଭାବେ ଓଲିଉଡରେ ପାଦ ଦେଇଥିଲେ ସିନେ ଜଗତରେ କାକା ନାଁ ରେ ପରିଚିତ ମିହିର ଦାସ । ପରେ ୧୯୮୦ରେ ରାମାୟଣ, ୧୯୮୬ରେ ଏହି ଆମ ସଂସାର, ୧୯୮୭ରେ ଏହି ତ ଦୁନିଆ, ଆକାଶର ଆଖି, ୧୯୮୮ରେ କନ୍ୟାଦାନ, ୧୯୮୯ରେ ସାଗର, ପ୍ରତିଶୋଧ ଅପରାଧ ନୁହେଁ, ୧୯୯୦ରେ ହିସାବ କରିବ କାଳିଆ, କାଳିଆ ଭରଷା, ପରଦେଶୀ ଚଢେଇ, ହସଲୁହ ଭରା ଦୁନିଆ, ୧୯୯୧ରେ କି ହେବ ସୁଆ ପୋଷିଲେ, ୧୯୯୨ରେ ପ୍ରୀତିର ଇତି, ଘର ମୋର ସ୍ବର୍ଗ, ଅଗ୍ନି ସଙ୍କଟ, ୧୯୯୩ରେ ଶ୍ରଦ୍ଧାଞ୍ଜଳି, ଦାଦାଗିରି, ଭାଗ୍ୟ ହାତରେ ଡୋର, ଅନୁପମା, ୧୯୯୪ରେ ମୁକ୍ତି ମସାଲ, ମହୁଆ, ଗଢି ଜାଣିଲେ ଘର ସୁନ୍ଦର, ଭାଇ ହେଲା ଭଗାରୀ, ୧୯୯୬ରେ ଜୀବନ ଧାରା, ସୁହାଗ ସିନ୍ଦୁର, ୧୯୯୭ରେ ଗଙ୍ଗା ଜମୁନା, ଭୁଲ କାହାର, ୧୯୯୮ରେ ସ୍ତ୍ରୀ, ବୋଉ, ସୌଭାଗ୍ୟବତୀ, ସହର ଜଳୁଛି, ପବିତ୍ର ବନ୍ଧନ, ଲକ୍ଷ୍ମୀର ଅଭିସାର, ଅହଲ୍ୟା, ୧୯୯୯ରେ ଲକ୍ଷ୍ମୀ ପ୍ରତିମା, ରାଖୀ ଭିଜିଗଲା ଆଖି ଲୁହରେ, ମା ପରି କିଏ ହେବ, କ୍ରୀଷ୍ଣା କାବେରୀ, କଥା କହିବ ମୋ ମଥା ସିନ୍ଦୁର, ଗୋପରେ ବଢୁଛି କଳା କହ୍ନେଇ, ୨୦୦୦ରେ ସୋଳ ଶୁକ୍ରବାର, ସମୟ ଚକରେ ସଂସାର ରଥ, ରଶ୍ମି ରେଖା, ପ୍ରେମ ବନ୍ଧନ, ହରି ଭାଇ ହାରେନା, ୨୦୦୧ରେ ଧର୍ମ ଦେବତା, ବାଜି, ୨୦୦୨ ସମୟ ଖେଳୁଛି ଚକା ଭଉଣୀ, ୨୦୦୩ରେ ମାତୃଶକ୍ତି, ୨୦୦୫ରେ ଟୋପାଏ ସିନ୍ଦୁର ଦି ଟୋପା ଲୁହ, ଜୀବନ ମୃତ୍ୟୁ, ୨୦୦୬ରେ ତୁ ଏକା ମୋହ ସାହା ଭରଷା, ଥାଙ୍କ୍ୟୁ ଭଗବାନ, ଶାଶୁ ଘର ଚାଲିଯିବି, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ, ୨୦୦୭ରେ ସମୟ ହାତରେ ଡୋରୀ, ଫେରିଆ ମୋ ସୁନା ଭଉଣୀ, ମୁଁ ତୋତେ ଲଭ୍ କରୁଛି, ଏ ମନ ମାନେନା, ଧଉଳି ଏକ୍ସପ୍ରେସ୍, ଚକାଚକା ଭଉଁରୀ, ଅଗ୍ନି ଶିଖା ୨୦୦୮ରେ ତୋ ବିନା ଭଲ ଲାଗେନା, ମୋତେ ଆଣିଦେଲ ଲକ୍ଷେ ଫଗୁଣ, ହସିବ ପୁଣି ମୋ ସୁନା ସଂସାର, ମତେ ତ ଲଭ୍ ହେଲାରେ, ମୁଁ ସପନର ସୌଦାଗର,
ମୁନ୍ନା ଏ ଲଭ୍ ଷ୍ଟୋରୀ, ୨୦୦୯ରେ ଆରେ ସାଥୀ ଆ, ପ୍ରିୟା ଦ ଡ୍ରିମ୍ଗାର୍ଲ, ସୁନା ଚଢେଇ ମୋ ରୁପା ଚଢେଇ, ଡ୍ରିମ୍ ଗାର୍ଲ, ଶତ୍ରୁ ସଂହାର, ଆଇଲାରେ ଓଡିଆ ପୁଅ, କେଉଁ ଦୁନିଆରୁ ଆସିଲ ବନ୍ଧୁ, ଆରେ ସାଥି ଆ, ସାତ ସୁରେ ବନ୍ଧା ଏ ଜୀବନ, ଅଭିମନ୍ୟୁ, ତୁମେ ହିଁ ସାଥି ମୋର, ୨୦୧୦ରେ ଆଲୋ ମୋର କଣ୍ଢେଇ, ସଞ୍ଜୁ ଆଉ ସଞ୍ଜନା, ପହିଲି ରଜ, ଭୁଲ ବୁଝିବନି ମତେ, ତୋର ମୋର ଯୋଡି ସୁନ୍ଦର, ତତେ ଭଲ ପାଉଛି ବୋଲି, ପ୍ରେମ ଅଢେଇ ଅକ୍ଷର, ଦିଓ୍ବାନା, ଆସିବୁ କେବ ସାଜି ମୋ ରାଣି, ତୁ ଥା ମୁଁ ଯାଉଛି ରୁଷି, ୨୦୧୧ରେ ହିରୋ, ବାଇସି ପାହାଚେ ଖେଳିବ ମୀନ, 143 I Love You, ଚୋରି ଚୋରି ମନ ଚୋରି, ଚକଲେଟ୍, ମୁଁ ପ୍ରେମୀ ମୁଁ ପାଗଳ, ଲୋଫର, କେମିତି ଏ ବନ୍ଧନ, କ୍ରିମିନାଲ, କଟକ ଦି ସିଲଭର ସିଟି, ଆଇନ୍ କାନୁନ୍, ୨୦୧୨ରେ ଏମିତି ବି ପ୍ରେମ ହୁଏ, ଶପଥ, ଗୁଡ୍ ବଏ, ତୁ ମୋ ଆରମ୍ଭ ତୁ ମୋ ଶେଷ, ରାଜା ଝିଅ ସାଙ୍ଗେ ହେଇଗଲା ଭାବ, ଇଡିୟଟ୍, ବ୍ୟାଡ୍ ଗାର୍ଲ, ଚାନ୍ଦ ନା ତୁମେ ତାରା, ମୁଁ, ଲଭ ମାଷ୍ଟର, ୨୦୧୩ରେ ତୁ ମୋ ଦେହର ଛାଇ, ମୁଁ ଏକା ତୁମର, ରୁମ୍କୁ ଝୁମାନା, ଦିଓ୍ବାନା ଦିଓ୍ବାନୀ, ଏସିପି ସାଗରିକା, ମାଇଁ ଲଭ୍ ଷ୍ଟୋରୀ, ଟାର୍ଗେଟ, ୨୦୧୪ରେ ପାଗଳ କରିଛୁ ତୁ, ୨୦୧୬ରେ ଲଭ୍ ପାଇଁ କୁଛ୍ ଭି କରେନା, ଲଭ୍ ଷ୍ଟେସନ୍, ଅଗସ୍ତ୍ୟା, ଗୁଣ୍ଡା, ୨୦୧୭ରେ ରୋମିଓ ଜୁଲିଏଟ୍, ହିରୋ ନମ୍ବର ଓ୍ବାନ, ଅଭୟ, ସିଷ୍ଟର ଶ୍ରୀଦେବୀ, ତୁ ମୋ ଲଭ୍ ଷ୍ଟୋରୀ, ୨୦୧୮ରେ ଓନ୍ଲି ପ୍ୟାର୍ ପ୍ରମୁଖ ଚଳଚିତ୍ରରେ ଅଭିନୟ କରିଥିଲେ । ଫିଲ୍ମ ଲକ୍ଷ୍ମୀ ପ୍ରତିମା ପାଇଁ ୧୯୯୮ ମସିହାରେ ତାଙ୍କୁ ଶ୍ରେଷ୍ଠ ସହ କଳାକାଳ ପୁରସ୍କାର ମିଳିଥିଲା । ୧୯୯୯ରେ ବିଧାତା ଚଳଚିତ୍ର ପାଇଁ ଶ୍ରେଷ୍ଠ କଳାକାଳ ପୁରସ୍କାର, ୨୦୦୨ରେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ପାଇଁ ଶ୍ରେଷ୍ଠ ସହ କଳାକାଳ ପୁରସ୍କାର, ୨୦୦୫ମସିହାରେ ଫେରିଆ ମୋ ସୁନା ଭଉଣୀ ପାଇଁ ଶ୍ରେଷ୍ଠ କଳାକାର, ୨୦୦୭ରେ ମୁଁ ତତେ ଲଭ୍ କରୁଛି ଚଳଚିତ୍ର ପାଇଁ ବେଷ୍ଟ କମେଡିଆନ୍ ପୁରସ୍କାର ଏବଂ ୨୦୧୦ ମସିହାରେ ପ୍ରେମ ଅଢେଇ ଅକ୍ଷର ଚଳଚିତ୍ର ପାଇଁ ଶ୍ରେଷ୍ଠ ସହ କଳାକାଳ ଆଓ୍ବାର୍ଡ ପାଇଥିଲେ ମିହିର ଦାସ । ଏହା ସହିତ ମିହିର ଦାସ ୩ ଥର ଶ୍ରେଷ୍ଠ କଳାକାର ପୁରସ୍କାର ମଧ୍ୟ ପାଇଛନ୍ତି ।