Breaking PLUSଓଡ଼ିଶାମୁଖ୍ୟ ଖବର

ଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ ଗିରଫ

ଭୁବନେଶ୍ୱର- ଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ ଗିରଫ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଶୁକ୍ରବାର  ଶ୍ରୀ ମଙ୍ଗରାଜଙ୍କ ବାସଭବନ, କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘର ସମେତ ଏକସଙ୍ଗେ ୭ଟି ସ୍ଥାନରେ ଚଢ଼ଉ କରାଯାଇଥିଲା।

ଏକାଧିକ କୋଠା ସାଙ୍ଗକୁ, ବିପୁଳ ବ୍ୟାଙ୍କ ଜମା ଓ ବୀମା ସାଙ୍ଗକୁ ବହୁ ସୁନା ଅଳଙ୍କାର ଭିଜିଲାନ୍ସ ଠାବ କରିଛି। ଭୁବନେଶ୍ବର, ବାରିପଦାରେ ଏକାଧିକ ଘର ଓ ଫ୍ଲାଟ୍‌ ସହ ଶ୍ରୀ ମଙ୍ଗରାଜଙ୍କ କେରଳରେ ଥିବା ଏକ ଘରକୁ ତଦନ୍ତକାରୀ ଦଳ ଠାବ କରିବାରେ ସକ୍ଷମ ହୋଇଛି।

Show More

Related Articles

Back to top button