କଳା ସଂସ୍କୃତି ଓ ସାହିତ୍ୟଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପଦ୍ମ ପୁରସ୍କାର ୨୦୨୭ ପାଇଁ ମନୋନୟନ ଆହ୍ବାନ

କେନ୍ଦ୍ର ସରକାର ପଦ୍ମ ପୁରସ୍କାର ୨୦୨୭ ପାଇଁ ମନୋନୟନ ଓ ସୁପାରିଶ ଆହ୍ବାନ କରିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁସାରେ, ଆସନ୍ତା ବର୍ଷ ଗଣତନ୍ତ୍ର ଦିବସ ଅବସରରେ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ।
ପଦ୍ମ ପୁରସ୍କାର ପାଇଁ ମନୋନୟନ ଓ ସୁପାରିଶ ଦାଖଲର ଶେଷ ତାରିଖ ଜୁଲାଇ ୩୧ ଧାର୍ଯ୍ୟ କରାଯାଇଛି। ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ ମାଧ୍ୟମରେ କେବଳ ଅନଲାଇନ୍ ଜରିଆରେ ଏହି ମନୋନୟନ ଓ ସୁପାରିଶ ଗ୍ରହଣ କରାଯିବ।
ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ଏହି ପୁରସ୍କାର ପ୍ରଦାନରେ ଜାତି, ବର୍ଗ କିମ୍ବା ଲିଙ୍ଗ ଆଧାରରେ କୌଣସି ପାର୍ଥକ୍ୟ ରଖାଯିବ ନାହିଁ। ତେବେ ଡାକ୍ତର ଓ ବୈଜ୍ଞାନିକଙ୍କୁ ବ୍ୟତୀତ ରାଷ୍ଟ୍ର ଉଦ୍ୟୋଗରେ କାର୍ଯ୍ୟରତ କର୍ମଚାରୀ ସହିତ ସାଧାରଣ ସରକାରୀ କର୍ମଚାରୀମାନେ ଏହି ପୁରସ୍କାର ପାଇଁ ଯୋଗ୍ୟ ହେବେ ନାହିଁ।
୧୯୫୪ ମସିହାରେ ସ୍ଥାପିତ ପଦ୍ମ ପୁରସ୍କାର ଅନ୍ତର୍ଗତ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନମାନଙ୍କ ମଧ୍ୟରେ ଗଣ୍ୟ। କଳା, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ଔଷଧ, ସାମାଜିକ ସେବା, ବିଜ୍ଞାନ, ଇଞ୍ଜିନିୟରିଂ, ବେସାମରିକ ସେବା, ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button