Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ସଂସଦର ବିଭାଗୀୟ ସ୍ଥାୟୀ କମିଟି ଗଠନ

ସଂସଦର ବିଭାଗୀୟ ସ୍ଥାୟୀ କମିଟି ଗଠନ କରାଯାଇଛି। ବିଜେପି ସାଂସଦ ଭର୍ତ୍ତୃହରି ମହତାବ ବିତ୍ତ କମିଟିର ମୁଖ୍ୟ ଥିବା ବେଳେ କଂଗ୍ରେସର ଶଶି ଥରୁର ବୈଦେଶିକ ବ୍ୟାପାର କମିଟିର ମୁଖ୍ୟ ରହିବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହଙ୍କୁ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ କରାଯାଇଛି। ବିଜେପିର ରାଜ୍ୟସଭା ସାଂସଦ ରାଧା ମୋହନ ଦାସ ଅଗ୍ରୱାଲ ଗୃହ ବ୍ୟାପାର ସ୍ଥାୟୀ କମିଟିର ନେତୃତ୍ୱ ନେବେ ।

ଏନସିପି ସାଂସଦ ସୁନୀଲ ତଟକରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ କମିଟିର ଅଧ୍ୟକ୍ଷ ଏବଂ ଶିବସେନାର ଶ୍ରୀରଙ୍ଗ ଆପ୍ପା ବାର୍ନେ ଶକ୍ତି କମିଟିର ଅଧ୍ୟକ୍ଷ ହେବେ। କଂଗ୍ରେସ ସାଂସଦ ଚରଣଜିତ ସିଂ ଚନ୍ନିଙ୍କୁ କୃଷି, ପଶୁପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିର ଅଧ୍ୟକ୍ଷ ଏବଂ କଂଗ୍ରେସର ସପ୍ତଗିରି ଉଲାକାଙ୍କୁ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ କମିଟିର ଅଧ୍ୟକ୍ଷ କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button