Breaking PLUSଦେଶମୁଖ୍ୟ ଖବର
ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ- ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ । ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ସରକାର ବହୁ ଚର୍ଚ୍ଚିତ ୱାକଫ୍ ସଂଶୋଧନ ବିଧେୟକ ସମେତ ୧୫ଟି ବିଧେୟକକୁ ଗୃହୀତ କରିବା ଲାଗି ତାଲିକାଭୁକ୍ତ କରିଛନ୍ତି। ଗୃହୀତ ପାଇଁ ତାଲିକାଭୁକ୍ତ ବିଧେୟକ ମଧ୍ୟରୁ ୫ଟି ନୂଆ ବିଧେୟକ ହୋଇଥିବାବେଳେ ଅବଶିଷ୍ଟ ୧୦ଟି ବିଧେୟକ ଆଗତ ହୋଇସାରିଛି। ୱାକଫ ସଂଶୋଧନ ବିଧେୟକ ଉପରେ ଯୁଗ୍ମ ସଂସଦୀୟ କମିଟି ଏହାର ରିପୋର୍ଟ ପ୍ରଦାନ କରିବ।