Breaking PLUSଦେଶମୁଖ୍ୟ ଖବର

25ରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ : ୨୫ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ଏହି ଅଧିବେଶନ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ଦ୍ବିତୀୟ ଦିନ ଅର୍ଥାତ ନଭେମ୍ବର ୨୬ରେ ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସଂସଦର ସେଣ୍ଟ୍ରାଲ ହଲରେ ଏକ ଉତ୍ସବ (ସମ୍ବିଧାନ ଦିବସ) ଆୟୋଜିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଦିନ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅଧିବେଶନରେ ୱାକଫ୍‌ ସଂଶୋଧନ ବିଲ, ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବିଲ୍‌ ଉପସ୍ଥାପନ କରାଯାଇ ଆଲୋଚନା କରାଯିବ।

Show More

Related Articles

Back to top button