Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ପେନସନ ବୃଦ୍ଧି ପାଇଁ ସଂସଦୀୟ କମିଟି ର ସରକାରଙ୍କୁ ସୁପାରିଶ

କର୍ମଚାରୀଙ୍କ ପାଇଁ ବଡ଼ ଖବର। ଇପିଏଫଓ ପେନସନ୍ ଯୋଜନାରେ ପରିବର୍ତ୍ତନ ଆସିପାରେ। ମାସିକ ସର୍ବନିମ୍ନ ପେନସନ ବୃଦ୍ଧି ପାଇଁ ସଂସଦୀୟ କମିଟି ସରକାରଙ୍କୁ ସୁପାରିଶ କରିଛି।
ଇପିଏଫଓ କର୍ମଚାରୀ ପେନସନ୍ ଯୋଜନା-୧୯୯୫ ଅନୁଯାୟୀ ବର୍ତ୍ତମାନ ସର୍ବନିମ୍ନ ମାସିକ ପେନସନ ୧୦୦୦ ଟଙ୍କା ରହିଛି। କମିଟି ମତାନୁସାରେ, ଏହି ରାଶି ଆଜିର ମହଙ୍ଗା ଯୁଗରେ ପର୍ଯ୍ୟାପ୍ତ ନୁହେଁ। ବୃଦ୍ଧାବସ୍ଥା ଓ ରୋଗଭୋଗ କରୁଥିବା ପେନସନଭୋଗୀଙ୍କ ପାଇଁ  ଏହି ଅର୍ଥରେ ଜୀବନଯାପନ କରିବା କଷ୍ଟକର ହେଉଛି।
ଏହି ପରିସ୍ଥିତିରେ ପେନସନ ରାଶି ବୃଦ୍ଧି କରିବାକୁ ଦୀର୍ଘଦିନ ଧରି ଦାବି ହେଉଛି। ପେନସନଭୋଗୀମାନେ ଏହାକୁ ୭୫୦୦ ଟଙ୍କା କରିବା ପାଇଁ ଦାବି ଉଠାଇଥିବା ବେଳେ, ଦିଲ୍ଲୀର ଜନ୍ତର-ମନ୍ତରରେ ମଧ୍ୟ ପ୍ରତିବାଦ କରିଥିଲେ।
ଶ୍ରମ ଏବଂ କୌଶଳ ବିକାଶ ସମ୍ବନ୍ଧୀୟ ସଂସଦୀୟ କମିଟି ନିଜ ୧୫ତମ ରିପୋର୍ଟରେ କହିଛି ଯେ, ବର୍ତ୍ତମାନ ମିଳୁଥିବା ପେନସନ ରାଶି  ଆବଶ୍ୟକତା ପୂରଣ ପାଇଁ ଅପର୍ଯ୍ୟାପ୍ତ। ଦରଦାମ ବୃଦ୍ଧି ଓ ସ୍ୱାସ୍ଥ୍ୟ ଖର୍ଚ୍ଚ ବଢ଼ୁଥିବା ପରିପ୍ରେକ୍ଷୀ ରେ ସର୍ବନିମ୍ନ ପେନସନ ବୃଦ୍ଧି ଅତ୍ୟାବଶ୍ୟକ।
କମିଟି ଆହୁରି କହିଛି ଯେ, ଠିକା ଭିତ୍ତିରେ କାମ କରୁଥିବା ଅନେକ ଶ୍ରମିକଙ୍କୁ ମଧ୍ୟ ସମୟରେ ଆର୍ଥିକ ସହାୟତା ମିଳୁନାହିଁ। ତେଣୁ ସେମାନଙ୍କୁ ଇପିଏଫଓ ଏବଂ ଇଏସଆଇ ସୁବିଧା ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ସମଗ୍ର ପରିସ୍ଥିତିକୁ ଦୃଷ୍ଟିରେ ରଖି ସର୍ବନିମ୍ନ ପେନସନକୁ ସମ୍ମାନଜନକ ସ୍ତରକୁ ବଢ଼ାଇବା ପାଇଁ ଶ୍ରମ ମନ୍ତ୍ରାଳୟକୁ କମିଟି ସୁପାରିଶ କରିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button