Breaking PLUSମୁଖ୍ୟ ଖବରସ୍ୱାସ୍ଥ୍ୟ

ମେଡିକାଲରେ ଡାକ୍ତର ନଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି

ମେଡିକାଲରେ କେଉଁଠି ଡାକ୍ତର ନାହାନ୍ତି ତ ଆଉ କେଉଁଠି ଡାକ୍ତର ଥାଇ ବି ଆସୁନାହାନ୍ତି । ଏମିତିକି ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ରୋଗୀ ସେବା । ଯାହା ଫଳରେ ଦୂରଦୂରାନ୍ତରୁ ମେଡିକାଲକୁ ଆସି ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ପୌରପରିଷଦର ୪ ନମ୍ବର ୱାର୍ଡର ଭଣ୍ଡାରୀସାହିଠାରେ ଥିବା ସହରାଞ୍ଚଳ ଚିକିତ୍ସାଳୟରେ । ଆସିକା ଅଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଉପଖଣ୍ଡ ଚିକିତ୍ସାଳୟ ମାନ୍ୟତା ମିଳିବା ସତ୍ତ୍ୱେ ବି ବଦଳିନି ଚେହେରା । ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି, ଆସିକା ସମେତ ବଡ଼ଗଡ, ସୋରଡା, ଧରାକୋଟ, କବିସୂର୍ଯ୍ୟନଗର ଆଦି ୫ଟି ଅଞ୍ଚଳର ଲୋକେ । ହେଲେ ଏଠାରେ ଡାକ୍ତର ଅଭାବ ଯୋଗୁ ଲୋକଙ୍କୁ ମିଳୁନି ସଠିକ ରୋଗୀ ସେବା । ୧୭ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବାବେଳେ ଅଛନ୍ତି ମାତ୍ର ଜଣେ ବିଶେଷଜ୍ଞ ଏବଂ ୨ ଜଣ ଡାକ୍ତର । ତେଣୁ ରୋଗୀ ସେବାରେ ବାଧା ଉପୁଜିଥିବା ଅଭିଯୋଗ ହୋଇଛି । ମେଡିସିନ୍, ସର୍ଜରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲିପଡିଛି । ଏମିତିକି ଅନେକ ସମୟରେ ରୋଗୀଙ୍କୁ ବ୍ରହ୍ମପୁରକୁ ଫେରାଇ ଦିଆଯାଉଥିବା ଅଭିଯୋଗ ହେଉଛି । ତେବେ ସ୍ୱାସ୍ଥ୍ୟାବସ୍ଥା ଭଳି ଜରୁରୀ ସେବା ଉପରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Show More

Related Articles

Back to top button