Breaking PLUSଓଡ଼ିଶାମୁଖ୍ୟ ଖବର

ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ଉମାଶଙ୍କର ଦାଶ ଓ ଡିସିିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର

କଟକ-ଟ୍ୱିନସିଟିର ନୂଆ କମିଶନର ସୁରେଶ ଦେବଦତ୍ତ ସିଂହଙ୍କ ଦାୟିତ୍ଵ ଗ୍ରହଣ ପରେ ଗୁରୁବାର ଆଉ ଦୁଇ ଜଣ ପୁଲିସ ଅଧିକାରୀ ଅତିରିକ୍ତ ପୁଲିସ କମିଶନର ଉମା ଶଙ୍କର ଦାସ ଓ ଡିସିପି ପିନାକ ମିଶ୍ର ଦାୟିତ୍ଵ ଗ୍ରହଣ କରିଛନ୍ତି। କମିଶନରେଟ୍‌ ପୁଲିସ ମୁଖ୍ୟାଳୟରେ ଉଭୟ ଦାୟିତ୍ଵ ଗ୍ରହଣ କରିଛନ୍ତି। ଦାୟିତ୍ଵ ଗ୍ରହଣ ପରେ ସେମାନଙ୍କୁ କମିଶନରେଟ୍‌ ପୁଲିସ ପକ୍ଷରୁ ଗାର୍ଡ଼ ଅଫ୍‌ ଅନର ଦିଆଯାଇଛି। ପାର୍ବଣ ଋତୁରେ କଟକ ଭୁବନେଶ୍ଵରକୁ ଅପରାଧମୁକ୍ତ କରିବା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଉପରେ ପ୍ରାଥମିକତା ଦିଆଯିବ ବୋଲି ଦୁଇ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button