Breaking PLUSଦେଶମୁଖ୍ୟ ଖବରରାଜନୀତି
ମହାରାଷ୍ଟ୍ରରେ କଂଗ୍ରେସ ଉପରେ ଜୋରଦାର ବର୍ଷିଲେ ପିଏମ ମୋଦି

ମୁମ୍ବାଇ- ପ୍ରଧାନମନ୍ତ୍ରୀ ଶୁକ୍ରବାର ମହାରାଷ୍ଟ୍ରର ନନ୍ଦୁରବରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି। ସେ କର୍ନାଟକରେ ଶାସନ କରୁଥିବା କଂଗ୍ରେସରେ ଧର୍ମ ଭିତ୍ତିକ ସଂରକ୍ଷଣ ପ୍ରଦାନ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ସେ କହିଛନ୍ତି, କର୍ନାଟକରେ ଧର୍ମ ଆଧାରରେ ସଂରକ୍ଷଣ କାହିଁକି? ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ସେ ଜୀବିତ ଅଛନ୍ତି, ସେ ସଂରକ୍ଷଣକୁ ନେବାକୁ ଅନୁମତି ଦେବେ ନାହିଁ। ଦେଶର ପୁରାତନ ଦଳକୁ ଟାର୍ଗେଟ୍ କରି ସେ କହିଛନ୍ତି, ଆପଣମାନଙ୍କ ସମ୍ପତ୍ତି ଜବତ କରିବାକୁ କଂଗ୍ରେସ ଷଡ଼ଯନ୍ତ୍ର କରୁଛି। ପ୍ରଧାନମନ୍ତ୍ରୀ କାହା ନାଁ ନ ନେଇ ସାମ୍ ପିଟ୍ରୋଡା ଏବଂ ରାହୁଲ ଗାନ୍ଧୀଙ୍କୁ ତେର୍ଚ୍ଛାବାଣ ମାରିଥିଲେ।