
ନୂଆଦିଲ୍ଲୀ: ପବିତ୍ର ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪୬ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଜାତୀୟ ପୁରଷ୍କାର ୨୦୨୨ରେ ସମ୍ନାନିତ କରିଛନ୍ତି । ଏହି ଅବସରରେ ଆଜି ଦିଲ୍ଲୀ ବିଜ୍ଞାନ ଭବନରେ ୨୦୨୨ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ୪୬ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାରୁ ଈଶ୍ୱର ଚନ୍ଦ୍ର ନାୟକ ମଧ୍ୟ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପାଇଛନ୍ତି। ସେ ପୁରୀ ନିମାପଡ଼ା କନପୁର ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ। ନିଆରା ଢଙ୍ଗରେ ଶିକ୍ଷା ଦେଇ ଛାତ୍ରଛାତ୍ରୀଙ୍କ ପଇଁ ଆଦର୍ଶ ପାଲଟିଛନ୍ତି। ସେ କେବଳ ଶିକ୍ଷକ ନୁହନ୍ତି ଜଣେ ଲେଖକ ମଧ୍ୟ। ଅଳିଆରୁ ଅ..ଆ, ପାପ, ଘୃଣ୍ୟ, ପ୍ରହେଳିକା ଆଦି ପୁସ୍ତକ ଲେଖିଛନ୍ତି। ସମ୍ୱାଦରେ ପ୍ରତ୍ୟେକଙ୍କୁ ମାନପତ୍ର, ରୋପ୍ୟ ମଡେଲ ଓ ନଗଦ ପଚାଶ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଏହି ଅବସରରେ ରାଷ୍ଟ୍ରପତି ମୁର୍ମୁ ନିଜ ସଂଘର୍ଷମୟ ଜୀବନଯାତ୍ରାରେ ତାଙ୍କ ଶିକ୍ଷକମାନଙ୍କ ପ୍ରରଣାକୁ ମନେପକାଇଥିଲେ । ସେ କହିଲେ, ଆଜିର ଏଗୁରୁ ଦିବସରେ ମୁଁ ମୋର ଶିକ୍ଷକମାନଙ୍କୁ ମନେପକାଉଛି । ଯେଉଁମାନେ ମତେ କେବଳ ଶିକ୍ଷାଦାନ କରିନଥିଲେ ବରଂ ସ୍ନେହ କରିଥିଲେ ଓ ସଂଘର୍ଷ କରିବା ପାଇଁ ପ୍ରେରଣା ମଧ୍ୟ ଯୋଗାଇଥିଲେ । ମୋ ପରିବାର ଓ ଶିକ୍ଷକଙ୍କ ମାର୍ଗଦର୍ଶନ ବଳରେ ମୁଁ କଲେଜରେ ପାଠପଢିବାରେ ଗାଁର ପ୍ରଥମ ଝିଅ ଥିଲି । ଆଜି ମୋ ଜୀବନଯାତ୍ରା ଯେଉଁଟି ପହଞ୍ଚିଛି ସେଥିପାଇଁ ମୁଁ ସେହି ଶିକ୍ଷକଙ୍କ ପ୍ରତି କୃତଜ୍ଞତା ଜଣାଉଛି । ଆଉ ମଧ୍ୟ ସେ କହିଛନ୍ତି, ଯେଉଁ କ୍ଷେତ୍ର ଶିକ୍ଷା ସହ ଜଡିତ ତାକୁ ମୁଁ ଅଧିକ ମହତ୍ୱ ଦେଉଛି ।