
ନୂଆଦିଲ୍ଲୀ : ସେପ୍ଟେମ୍ବର ୨୭ରେ ଜାପାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ବୋଲି ବର୍ହିବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଗୁରୁବାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସିଞ୍ଜୋ ଆବେ ଜାପାନର ନାରା ସହରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଥିବା ସମୟରେ ତାଙ୍କୁ ଜଣେ ବ୍ୟକ୍ତି ପଛ ପଟୁ ଗୁଳି କରିଥିଲେ। ସିଞ୍ଜୋଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସିତ ଅବସ୍ଥାରେ ଜୁଲାଇ ୮ରେ ସିଞ୍ଜୋଙ୍କ ମୃତ୍ୟୁ ହୋଇଥିଲା।