Breaking PLUSଓଡ଼ିଶାମୁଖ୍ୟ ଖବର
ଭାରତରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ପୁଣି ତ୍ରୁଟି

ଏୟାର ଇଣ୍ଡିଆର ଆଉ ଏକ ବିମାନରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଛି। ବୁଧବାର (୨୨ ଅକ୍ଟୋବର) ଦିନ ଆମେରିକାର ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ୧୯୧ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ମୁମ୍ବାଇ ଫେରିବାକୁ ପଡିଲା। ଉଡ଼ାଣ ପରେ ଏକ ଯାନ୍ତ୍ରିକ ସମସ୍ୟା ଆଶଙ୍କା କରି ପାଇଲଟ୍ ସମୟୋଚିତ ନିଷ୍ପତ୍ତି ନେଇ ବିମାନକୁ ମୁମ୍ବାଇ ବିମାନବନ୍ଦରକୁ ଫେରାଇଆଣିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା।


