Breaking PLUSଓଡ଼ିଶାମୁଖ୍ୟ ଖବର
ମହାନଦୀକୁ ନେଇ ବିଜେଡିକୁ ସମାଲୋଚନା କଲେ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର: ମହାନଦୀ ଜଳ ପ୍ରସଙ୍ଗରେ ବିଜେଡିକୁ ତୀବ୍ର ସମାଲୋଚନା କରିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ବିଜେଡିର ଜ୍ଞାନ ଦରକାର ନାହିଁ। ୨୦୧୬ରେ କେନ୍ଦ୍ର ସରକାର ଆଲୋଚନାକୁ ଦୁଇ ରାଜ୍ୟକୁ ଡାକିଥିଲେ। ବିଜେଡି ସରକାରରେ ଥିବା ବେଳେ ଥରେ ଗଲେ ଆଉ ଦୁଇ ଥର ଆଲୋଚନାକୁ ଗଲେନି। ଅଯଥାରେ ମହାନଦୀକୁ ନେଇ ବିଜେଡି ତାର ରାଜନୈତିକ ରୁଟି ସେକିବାର ଆବଶ୍ୟକତା ନାହିଁ। ଯାହା କରିବା କଥା, ଆମ ସରକାର ହିଁ କରିବେ। ବିଜେଡିର ଆଜି ଯେଉଁଭଳି ଉଚ୍ଚ ସ୍ୱରରେ କହୁଛି, ସେତେବେଳେ କେଉଁଠି ଥିଲା ବୋଲି ପୃଥ୍ୱୀରାଜ ପ୍ରଶ୍ନ କରିଛନ୍ତି ।