
କୋଭିଡ ଏବଂ ଓମିକ୍ରନ ପରେ ‘ମଙ୍କିପକ୍ସ’ ମାମଲାକୁ ନେଇ ବଢୁଛି ଚିନ୍ତା । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବାବେଳେ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ,ମିଳିମିଳା ଓ ହାଡଫୁଟିଠାରୁ ମଙ୍କିପକ୍ସର ସଂକ୍ରମଣ କ୍ଷମତା ବହୁତ କମ୍ । ବିଶ୍ୱରେ ପାଖାପାଖି ୨୧ ହଜାର ମାମଲା ଚିହ୍ନଟ ହେଲେଣି। ଏଥିସହ ଆଫ୍ରିକା ଓ ୟୁରୋପ ମହାଦେଶରେ ଅଧିକ ସଂକ୍ରମଣ ରହିଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୪ଟି ମାମଲା ସାମ୍ନାକୁ ଆସିଛି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ମୃତ୍ୟୁ ହାର ମାତ୍ର ୧ରୁ ୧୦ ପ୍ରତିଶତ ଭିତରେ ରହୁଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଏହା ବ୍ୟାପିଥାଏ। ତେବେ ସର୍ତକତା ସହ ରହିବା ପାଇଁଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।