Breaking PLUSଓଡ଼ିଶାମୁଖ୍ୟ ଖବର

ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ଉକ୍ତିକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର- ଭରତପୁର ଥାନାରେ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ ଏବଂ ମରଣାନ୍ତକ ଆକ୍ରମଣ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।  ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ଉକ୍ତିକୁ ନେଇ ଉଠିଲା ପ୍ରଶ୍ନ  । ପୀଡ଼ିତାଙ୍କ କଥା ଠିକ୍‌ ନା ଡିସିପିଙ୍କ କଥା ଠିକ୍‌ ତାକୁ ନେଇ ଉଠିଲା ପ୍ରଶ୍ନ ।

ଗତ ୧୫ ତାରିଖ ରାତିରେ ମେଜର ଏବଂ ତାଙ୍କ ବାନ୍ଧବୀ ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ତାଙ୍କୁ ଥାନା ଭିତରେ ଆଇଆଇସିଙ୍କ ସମେତ ଅନ୍ୟ ୪ ଜଣ ପୁଲିସ କର୍ମଚାରୀ ଅସଦାଚରଣ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ମହିଳା ପୁଲିସ କର୍ମଚାରୀ ବି ସାମିଲ ଥିଲେ। କିନ୍ତୁ ପରଦିନ ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଯୋଗ କରିବାକୁ ଆସିଥିବା ମହିଳା ପୁଲିସକୁ ଆକ୍ରମଣ କରିଥିବା ନେଇ କୁହାଯାଇଥିଲା। ଖୋଦ ଡିସିପି ପ୍ରତୀକ ସିଂହ ଏକ ଜାତୀୟ ଗଣମାଧ୍ୟମ ଏନଆଇଏକୁ ମନ୍ତବ୍ୟ ଦେଇ କହିଥିଲେ, ‘ଦେଖିଲେ ଲାଗୁଥିଲା ଯୁବତୀ ଜଣକ ନିଶାଗ୍ରସ୍ତ ଅଛନ୍ତି। ଜଣେ ମହିଳା ଅଫିସରଙ୍କୁ ସେ ଚାପୁଡ଼ା ମାରିଲେ, ଅନ୍ୟ ଜଣକୁ କାମୁଡ଼ିଲେ। ଆଇଆଇସି ଆସିଲା ପରେ ତାଙ୍କୁ ବି ସେ ଦୁର୍ବ୍ୟବହାର କରିଥିଲେ। ଡ୍ୟୁଟିରେ ଥିବା ବେଳେ ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା।’

କିନ୍ତୁ ପୀଡ଼ିତା କହିଛନ୍ତି ଯେ, ତାଙ୍କୁ ଥାନାରେ ଏକାଧିକ ପୁଲିସ ପିଟିଥିଲେ। ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିବା ସହ ତାଙ୍କୁ ଯୌନ ନିର୍ଯାତନା ବି ଦେଇଥିଲେ। ଆଇଆଇସି ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ।

Show More

Related Articles

Back to top button