ନୁହେଁ ସେ ପାଞ୍ଚାଳୀ ପାଣ୍ଡଵ ଘରଣୀ
ନୁହେଁ ଦ୍ରୁପଦ ନନ୍ଦିନୀ,
ମହାଭାରତର ନାୟିକା ନୁହେଁସେ
ଭାରତ ରାଷ୍ଟ୍ରର ରାଣୀ।
ରାଇରଙ୍ଗ ପୁର ଜଙ୍ଗଲ ମୁଲକ
ସିଏ ବନବାସୀ ଝିଅ,
ବଣୁଆ ମାଟିର ଟାଣୁଆ ଝିଅ ସେ
ଦ୍ରୌପଦୀ ତା ପରିଚୟ।
ସ୍ୱାମୀପୁତ୍ର ହରା ଯାଜ୍ଞସେନୀ ସିଏ
ଜଳିଛି ଦୁଃଖ ନିଆଁରେ,
ଟଳି ଯାଇନାହିଁ ଜୀବନ ସଂଗ୍ରାମୁ
ଭାଙ୍ଗିନାହିଁ ହତାଶାରେ ।
ସାଧନାରେ ସିଦ୍ଧି କର୍ମେ ଉପଲବ୍ଧି
ହୋଇ ଜନସେବା ବ୍ରତୀ,
କାଉନ୍ସିଲରରୁ ବିଧାୟକ, ମନ୍ତ୍ରୀ
ରାଜ୍ୟପାଳ, ରାଷ୍ଟ୍ରପତି।
ଧନ୍ୟାସେ’ ଦ୍ରୌପଦୀ ଧନ୍ୟ ତା’ ପ୍ରଚେଷ୍ଟା
ଧନ୍ୟସେ’ କର୍ତ୍ତବ୍ୟନିଷ୍ଠା,
ପଲ୍ଲୀ ଠାରୁ ଦିଲ୍ଲୀ ଲମ୍ବା-ପଥ ଯାତ୍ରା
ଧନ୍ୟ ଧୈର୍ଯ୍ୟ-ପରାକାଷ୍ଠା।
ରାଜ୍ୟର ଵୈବଭ ଦେଶର ଗୌରବ
କରୁଛି ଦେଶ ସ୍ୱାଗତ,
ଦୁଷ୍ଟ ଦୁଃଶାସନ ବିନଷ୍ଟ କାରଣେ
ନେବହେ ବଜ୍ର ଶପଥ।
ରାଇରଙ୍ଗ ପୁର ରାଇସେନା ରାଣୀ
ଓଡିଶା ମାଟିର ଝିଅ,
କରୁଛୁ ସ୍ୱାଗତ ଜଗତ ହିତରେ
ଦେବ ଜାତି ପରିଚୟ।