Breaking PLUSଦେଶମୁଖ୍ୟ ଖବର

ରାମଲଲାଙ୍କ ମଥାରେ ଝଲସିଲା ସୂର୍ଯ୍ୟ ତିଳକ, ଦିବ୍ୟ ରୂପରେ ଦର୍ଶନ ଦେଲେ ପ୍ରଭୁ ଶ୍ରୀରାମ

ଅଯୋଧ୍ୟା, 27 ମାର୍ଚ୍ଚ -ରାମଲଲାଙ୍କ ମଥାରେ ଝଲସିଲା ସୂର୍ଯ୍ୟ ତିଳକ, ଦିବ୍ୟ ରୂପରେ ଦର୍ଶନ ଦେଲେ ପ୍ରଭୁ ଶ୍ରୀରାମ । ଚୈତ୍ର ମାସର ଶୁକ୍ଳ ପକ୍ଷର ନବମୀ ତିଥିରେ ଠିକ୍‌ ଦ୍ୱିପ୍ରହର 12ଟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କର ପ୍ରତୀକାତ୍ମକ ଜନ୍ମ ପାଳନ କରାଯାଇଛି ।

ସୂର୍ଯ୍ୟର କିରଣ ଶ୍ରୀରାମଲଲାଙ୍କ ମସ୍ତକରେ ପଡ଼ି ଅଭିଷେକ କରିଥିଲା ଏବଂ ଏହାପରେ ପଞ୍ଚାମୃତ ଦ୍ୱାରା ମୂର୍ତ୍ତିର ଅଭିଷେକ କରାଯାଇଥିଲା।

ଶ୍ରୀ ଜନ୍ମଭୂମି ମନ୍ଦିରରେ ଶ୍ରୀରାମଙ୍କ ଜନ୍ମ ହେବା ସହିତ ସମଗ୍ର ଅଯୋଧ୍ୟାରେ ବାଣ ଫୁଟାଯାଇଥିଲା । ରାମ ଜନ୍ମୋତ୍ସବ ଅବସରରେ ସମଗ୍ର ଅଯୋଧ୍ୟାରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button