Breaking PLUSଓଡ଼ିଶାମୁଖ୍ୟ ଖବର
କରୋନା କଟକଣା ମଧ୍ୟରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାମ। କରୋନା କଟକଣା ଭିତରେ ମହାରଣା ସେବାୟତ ମାନେ ରଥ ନର୍ମାଣ କାମରେ ଲାଗିଛନ୍ତି। ପ୍ରଥମେ ୩ ରଥର ତୁମ୍ବ ନର୍ମାଣ କରାଯାଉଛି।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାମ। କରୋନା କଟକଣା ଭିତରେ ମହାରଣା ସେବାୟତ ମାନେ ରଥ ନର୍ମାଣ କାମରେ ଲାଗିଛନ୍ତି। ପ୍ରଥମେ ୩ ରଥର ତୁମ୍ବ ନର୍ମାଣ କରାଯାଉଛି। ସୋମ ବାର ସୁଦ୍ଧା ୩ଟି ତୁମ୍ବର ମର୍ଦଳ ଆକୃତିର ପ୍ରାଥମିକ କାର୍ଯ୍ୟ ଶେଷ ହୋଇଛି। ମହାରଣାମାନଙ୍କ ଥର୍ମାଲ ସ୍କ୍ରିନିଂ ପରେ କୋଭିଡ୍ କଟକଣା ଭିତରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ କାମ। ଅନ୍ୟପଟେ ୧୪୪ ଧାରା ଭିତରେ ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା ଜାରି ରହିଛି। ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା ଓ ଭଦ୍ରା ନାବରେ ଚାପ ଖେଳୁଛନ୍ତି ମଦନମୋହନ, ଭୁଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚପାଣ୍ଡପ। ଦୁଇ ନାବକୁ ସଜାଯାଇ ଦୈନିକ ଚାପ ଚନ୍ଦନ ଆୟୋଜିତ ହେଉଛି। ଶ୍ରୀକ୍ଷେତ୍ରରେ ଦୀର୍ଘ ୪୨ ଦିନ ଧରି ଚାଲିବ ଚନ୍ଦନ ଯାତ୍ରା। ୨୧ ଦିନ ବାହାର ଚନ୍ଦନ ଯାତ୍ରା ଓ ୨୧ ଦିନ ଧରି ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବା ପରମ୍ପରା ରହିଛି।