Breaking PLUSଦେଶମୁଖ୍ୟ ଖବର

ମୁଁ ଅବସର ନେଇନି, ଏହି ମ୍ୟାଚ୍‌ରୁ ଓହରିଛି କହିଲେ ରୋହିତ

ସିଡନୀ- ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେବା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ  ଚର୍ଚ୍ଚା ହେଉଛି। ସିଡନୀରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଟେଷ୍ଟରେ ସେ ଖେଳୁ ନ ଥିବାରୁ ଏହି ଚର୍ଚ୍ଚା ଜୋର ଧରିଛି। ତେବେ ରୋହିତ ନିଜ ଅବସର ସମ୍ପର୍କରେ ମୁହଁ ଖୋଲି ସ୍ପଷ୍ଟ କରିଛନ୍ତି। ସେ ଅବସର ନେଇନାହାନ୍ତି ବୋଲି କହିଛନ୍ତି। ରୋହିତ କହିଛନ୍ତି, ସେ ବର୍ତ୍ତମାନ କ୍ରିକେଟ ଛାଡ଼ି କୁଆଡେ ଯାଉନାହାନ୍ତି। ସେ କଠିନ ପରିଶ୍ରମ କରୁଥିଲେ, କିନ୍ତୁ ଭଲ ପ୍ରଦର୍ଶନ କରିପାରିଲେ ନାହିଁ। ତେଣୁ ସିଡନୀ ଟେଷ୍ଟରେ ସେ ନିଜେ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ।

Show More

Related Articles

Back to top button