Breaking PLUSଓଡ଼ିଶାମୁଖ୍ୟ ଖବର
ପୁରୀ ରେଲୱେ ଷ୍ଟେସନରେ ନର୍ମାଣଧୀନ ଛାତ ଭୁଶୁଡ଼ି 3 ଗୁରୁତର

ପୁରୀ- ନବନିର୍ମିତ କୋଠା ଛାତ ପଡ଼ିବାବେଳେ ପୁରୀ ରେଲୱେ ଷ୍ଟେସନରେ ଅଘଟଣ। ପୁରୀ ରେଲୱେ ଷ୍ଟେସନରେ ନର୍ମାଣଧୀନ ଛାତ ଭୁଶୁଡ଼ି ଯାଇଥିବା ସୂଚନାମିଳିଛି। ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏହି ଅଘଟଣ ଘଟିଛି। ନିର୍ମାଣଧୀନ ଛାତ ଭୁଶୁଡ଼ି ପଡ଼ିବା ଫଳରେ ୩ଜଣ ଶ୍ରମିକ ଆହତ ହୋଇଛି। ଏହାସହିତ ଭୁଶୁଡ଼ିଥିବା ଛାତତଳେ ଆଉ କିଛି ଶ୍ରମିକ ଫସି ରହିଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀ ପକ୍ଷରୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଆଜି ପୁରୀ ରେଳଷ୍ଟେସନରେ ଏକ ନିର୍ମାଣଧୀନ ଛାତ ଭୁଶୁଡ଼ି ପଡ଼ିବା ଫଳରେ ୩ଜଣ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର ପରେ ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆଉ କିଛି ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।