ଦୀର୍ଘଦିନ ଧରି ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଲାଗିରହିଛି । ଥବିବା ପରିବର୍ତ୍ତେ ଦିନକୁ ଦିନ ଭୟଙ୍କର ହେଉଛି ସ୍ଥିତି । ରକ୍ତମୁଖା ସାଜିଛି ଋଷ । ବର୍ତ୍ତମାନ ଏକ ରିପୋର୍ଟରୁ ଆଉ ଏକ ବଡ ଖୁଲାସା ହୋଇଛି । ୟୁକ୍ରେନ ସହ ଯୁଦ୍ଧ ପାଇଁ ଅରାଜି ହେଲେ ନିଜ ସୈନିକଙ୍କୁ ବନ୍ଦୀ କରି ରଖୁଛି ଋଷ । ଏହାସହ ସେମାନଙ୍କୁ ନିର୍ଯାତନା ମଧ୍ୟ ଦେଉଥିବା ରିପୋର୍ଟରେ ଦାବି ହୋଇଛି ।
ରିପୋର୍ଟରେ ସୂଚନା ରହିଛି ଯେ, ରୁଷ ସୈନିକ ଏବଂ ସେମାନଙ୍କ ପରିବାର ସମ୍ପୂର୍ଣ୍ଣ ପ୍ରସ୍ତୁତ ନଥିବା ନେଇ ଅଭିଯୋଗ କରିଥିଲେ । କିନ୍ତୁ ସୈନିକଙ୍କୁ ସମ୍ପୂର୍ଣ୍ଣ ସୂଚନା ଦିଆ ନଯାଇ ଯୁଦ୍ଧ ଲଢିବା ପାଇଁ କୁହାଯାଉଛି । ଦୁଇ ରୁଷ ସୈନିକଙ୍କ ବୟାନ ଆଧାର କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି । ଜଣେ ସୈନିକ କହିଛନ୍ତି ଯେ, ଯେତେବେଳେ ସେ ଯୁଦ୍ଧ ପାଇଁ ମୋର୍ଚ୍ଚା ସମ୍ଭାଳିବାକୁ ମନା କରିଥିଲେ, ସେତେବେଳେ ଅନ୍ୟ ଚାରି ଅଧିକାରୀଙ୍କ ସହ ତାଙ୍କୁ ଏକ ବିଲଡିଂରେ ବନ୍ଦୀ କରି ରଖାଯାଇଥିଲା।