
ମସ୍କୋ:ରୁଷ-ୟୁକ୍ରେନ ଯୁଦ୍ଧକୁ ୫ ମାସ ପୁରିଥିଲେ ସୁଦ୍ଧା ଏହା ଥମିବାର ନାଁ ଧରୁନି । ଦିନକୁ ଦିନ ସ୍ଥିତି ଅତ୍ୟନ୍ତ ଭୟଙ୍କର ହେବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନକୁ କେନ୍ଦ୍ର କରି ଏବେ ପଶ୍ଚିମ ରାଷ୍ଟ୍ରସମୂହ ରୁଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛନ୍ତି। ବର୍ତ୍ତମାନ ଋଷଏକଘରକିଆ ହୋଇଯାଇଥିଲା ବେଳେ ରାଷ୍ଟ୍ରପତି ପୁତିନ ପ୍ରତି ମୁହୂର୍ତ୍ତରେ ତୃତୀୟ ବିଶ୍ବ ଯୁଦ୍ଧର ଧମକ ଦେଉଛି ।
ରୁଷ ପକ୍ଷରୁ ପଶ୍ଚିମ ରାଷ୍ଟ୍ରମାନଙ୍କ ପ୍ରତି ଚେତାବନୀ ଜାରି କରାଯାଇଛି। ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ପ୍ରଥମେ ଲଣ୍ଡନ ଉପରେ ବୋମାମାଡ଼ ହେବ ବୋଲି ରୁଷ ରାଷ୍ଟ୍ରପତି ପୁତିନଙ୍କ ଜଣେ ଘନିଷ୍ଠ ସହଯୋଗୀ ତଥା ପ୍ରତିରକ୍ଷା କମିଟିର ସାଂସଦ ସଦସ୍ୟ ଆନ୍ଦ୍ରେ ଗୁରୁଲ୍ୟୋଭ ଏଭଳି ଧମକ ଦେଇଛନ୍ତି। ନାଟୋ ଉପରେ ପ୍ରଥମ ଆକ୍ରମଣ ସ୍ବରୂପ ପ୍ରଥମେ ବ୍ରିଟେନ ଉପରେ ଆକ୍ରମଣ କରାଯିବ ବୋଲି ସେ କହିଛନ୍ତି। ରୁଷର ସରକାରୀ ମିଡିଆ ଚ୍ୟାନେଲ୍-୧କୁ ସାକ୍ଷାତକାର ଦେଇ ଗୁରୁଲୋଭ୍ ଏହା କହିଛନ୍ତି।