Breaking PLUSଓଡ଼ିଶାମୁଖ୍ୟ ଖବର

ସହଦେବ ନାୟକଙ୍କୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ଆତ୍ମସମର୍ପଣ

ଭୁବନେଶ୍ୱର: ବିଚ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ରମା ନାଏକ ଆତ୍ମସର୍ମପଣ କରିଥିବା ସୂଚନା ମିଳିଛି। ଆଜି ମଞ୍ଚେଶ୍ୱର ଥାନାରେ ସହଦେବ ନାୟକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାଏକ ଆତ୍ମସମର୍ପଣ କରିଛି। ଘଟଣା ପରଠାରୁ ରମା ନାଏକ ଫେରାର ଥିଲା। ପୁଲିସ ତାକୁ ଧରିବା ପାଇଁ ଖୋଜୁଥିଲା।  ଆତ୍ମସର୍ମପଣ ପରେ ମଞ୍ଚେଶ୍ଵର ପୁଳିସ ରମା ନାଏକକୁ ଗିରଫ କରିଛି। ଗିରଫ ରମା ନାଏକକୁ ଅଧିକ ପଚରାଉଚୁରା କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସହଦେବ ନାୟକଙ୍କ ପତ୍ନୀଙ୍କ ଅଭିଯୋଗ ମୁତାବକ ୩ଟି ସ୍ପେଶାଲ୍ ଟିମ୍ ଗଠନ କରାଯାଇଥିଲା। ପ୍ରଥମେ ୨ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ପରେ ନୟାଗଡ଼ ଶରଣକୂଳ ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଘଟଣା ପରଠୁ ମୁଖ୍ୟ ଅଭିଯୁକ୍ତ ରମା ନାଏକ ଫେରାର ହୋଇଯାଇଥିଲା। ଆଜି ପୂର୍ବାହ୍ନ ୧୧ଟାରେ ମଞ୍ଚେଶ୍ଵର ଥାନାକୁ ଆସି ରମା ନାଏକ ଆତ୍ମସମର୍ପଣ କରିଥିଲା। ହତ୍ୟାକାଣ୍ଡରେ ଏ ପର୍ଯ୍ୟନ୍ତ ୬ଜଣ ଅଭିଯୁକ୍ତ ଗିରଫ ହୋଇଥିବା ପୁଲିସ ସୂଚନା ଦେଇଛି।

Show More

Related Articles

Back to top button